www.samajalive.in
Saturday, December 13, 2025
21.1 C
Bhubaneswar

ଡମପଡା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ସଂସ୍କୃତ ପାଠଚକ୍ର

ବାଙ୍କୀ : ଡମପଡା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ସଂସ୍କୃତ ବିଭାଗ ପକ୍ଷରୁ ଏକ ବୌଦ୍ଧିକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତ ଭାଷା ଓ ରାମାୟଣ କଥା ସମ୍ପର୍କିତ ଆଲୋଚନା ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତରଞ୍ଜନ ରଣା ସଭାପତିତ୍ୱ କରିଥିଲେ। ଅଧ୍ୟାପକ ତାପସ କୁମାର ମହାନ୍ତିଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ପାଠଚକ୍ରରେ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ବିଦ୍ୟାର୍ଥି ମାନେ ନିଜ ନିଜର ବିଷୟଗତ ଲେଖାକୁ ଉପସ୍ଥାପନା ଓ ପାଠ କରିଥିଲେ। ଅଧ୍ୟାପିକା ସ୍ମୃତିସନ୍ଧ୍ୟା ଦାସ,ସ୍ମୃତିପ୍ରଜ୍ଞା ମହାପାତ୍ର,ବିଷ୍ଣୁପ୍ରିୟା ରାଉତ ପାଠଚକ୍ରକୁ ପରିଚାଳନା କରିଥିଲେ। ଅଧ୍ୟାପକ ଜ୍ୟୋତିପ୍ରକାଶ ପାଣିନୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ନିତ୍ୟାନନ୍ଦ ସାମନ୍ତରାୟ,ନରେଶ ମହାନ୍ତି,ସତ୍ୟପ୍ରକାଶ ଖଟୁଆ,ରାଜେଶ ମହାପାତ୍ର,ଅଧ୍ୟାପକ ମହେଶ ରାଉତ,ତ୍ରୈଲୋକ୍ୟ ସାହୁ,ଶୁକାନ୍ତି ରଣା,ଅମରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories