www.samajalive.in
Saturday, December 6, 2025
26.1 C
Bhubaneswar

୨ୟ ପର୍ଯ୍ୟାୟ ୫ଟି ରୁପାନ୍ତରିକରଣ ବିଦ୍ୟାଳୟ ଗୁଡିକର ସମୀକ୍ଷା ବୈଠକ

ବାଙ୍କୀ : ଗୁରୁବାର ଦିନ ଡମପଡା ବ୍ଲକ ବିଡିଓ ଶ୍ୟାମଳ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ୨ୟ ପର୍ଯ୍ୟାୟରେ ଲୋକାର୍ପିତ ହେବାକୁ ଥିବା ୫ଟି ରୁପାନ୍ତରିକରଣ ୧୨ଟି ଉଚ୍ଚ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ରଗଡି ବିଏସ୍ ନୋଡାଲ ହାଇସ୍କୁଲ,ତାଳବସ୍ତ ନୋଡାଲ ହାଇସ୍କୁଲ,ଗୟଳବାଙ୍କ ନୋଡାଲ ହାଇସ୍କୁଲ,ଅରାଚଣ୍ଡୀ ଉଚ୍ଚ ବିଦ୍ୟାମନ୍ଦିର ଏବଂ ବାଙ୍କୀ ବ୍ଲକର ରଘୁନାଥ ଦେବତା ନୋଡାଲ ହାଇସ୍କୁଲ,ମଇଯୋରୀ ସରକାରୀ ହାଇସ୍କୁଲ,ବୈଦେଶ୍ୱର ନୋଡାଲ ହାଇସ୍କୁଲ,ମହାବେରେଣା ବିଦ୍ୟାପୀଠ,ପଣ୍ଡାଳମ ହାଇସ୍କୁଲ,କଳାପଥର ଧଳାପଥର ହାଇସ୍କୁଲ,ବନ୍ଦାଳ ଉତ୍ତରକୂଲାଟ ହାଇସ୍କୁଲ ଏବଂ ଘୋଳପୁର ଦଧିବାମନଜୀୟୁ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ,ଏହି ବିଦ୍ୟାଳୟ ଗୁଡିକର ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରୁଥିବା କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଡିଓ ଶ୍ରୀ ରାୟଙ୍କ ସହିତ ଡମପଡା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ,ବାଙ୍କୀ ବ୍ଲକ ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ସ୍ୱାଇଁ,ଟିସି ଲୋପାମୁଦ୍ରା ନାୟକ,ନିଶାମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ବିଦ୍ୟାଳୟ ଗୁଡିକରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ତ୍ୱାରିତ ପଦକ୍ଷେପ ନେବା ପାଇଁ ବିଡିଓ ପରାମର୍ଶ ଦେଇଛନ୍ତି। ରୁପାନ୍ତରିକରଣ ବିଦ୍ୟାଳୟ ଗୁଡିକର ସୌନ୍ଦର୍ଯ୍ୟୀକରଣ,ସ୍ମାର୍ଟ କ୍ଲାସରୁମ୍,ଇ-ପାଠାଗାର,ଆଧୁନିକ ବିଜ୍ଞାନଗାର ଆଦି କାର୍ଯ୍ୟ ଚୂଡାନ୍ତ ପ୍ରକ୍ରୀୟାରେ ଥିଲା ବେଳେ ବିଦ୍ୟାଳୟର ଜଳଯୋଗାଣ,ବିଦ୍ୟୁତକରଣ ଓ ପରିମଳ ବ୍ୟବସ୍ଥାକୁ ତ୍ୱାରିତ ଗତିରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମଇ ମାସ ଶେଷ ସପ୍ତାହ ସୁଦ୍ଧା ସମସ୍ତ ରୁପାନ୍ତରିକରଣ ବିଦ୍ୟାଳୟ ଗୁଡିକୁ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ଥିବା ସମ୍ପର୍କରେ ଅନୁରୂପ ଆଲୋଚନା କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories