www.samajalive.in
Saturday, December 13, 2025
26.1 C
Bhubaneswar

ଏସ୍‌ଟି ତାଲିକାରେ ସାମିଲ ହେବ ରାଜ୍ୟର ୩ ଜାତି

ନୂଆଦିଲ୍ଲୀ: ଅନସୂଚିତ ଜନଜାତି ତାଲିକାରେ ଓଡ଼ିଶାର ଦୁରୁଆ, ଧୁରୁଆ ଓ ଧୁରଭା ଜାତି ସମେତ ଅନ୍ୟ କେତେକ ଜାତିକୁ ସ୍ଥାନ ଦେବା ଲାଗି କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ କାଳରେ ବିଧେୟକ ଉପସ୍ଥାପନ କରିବେ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି।

କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କୁ ସ୍ଥାନୀୟ ୨୫ ତୋଗଲକ ରୋଡ଼ସ୍ଥିତ ସରକାରୀ ବାସଭବନରେ ସାକ୍ଷାତ କରି ଶ୍ରୀ ମାଝୀ ଦର୍ଶାଇଥିଲେ ଯେ ଦୀର୍ଘ ବର୍ଷ ଧରି ସରକାରୀ ସୁବିଧାରୁ ବଞ୍ଚିତ ଅବିଭକ୍ତ କୋରାପୁଟ ଜିଲାର ଦୁରୁଆ, ଧୁରୁଆ ଓ ଧୁରଭା ଜାତିର ଲୋକଙ୍କୁ ତୁରନ୍ତ ସାମାଜିକ ଓ ଆର୍ଥିକ ନ୍ୟାୟ ଦେବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ଓଡ଼ିଶାର ଏହି ଜାତିଗୁଡ଼ିକୁ ଅନସୂଚିତ ଜନଜାତି ତାଲିକାରେ ସାମିଲ କରିବା ନିମନ୍ତେ ଜାତୀୟ ଜନଜାତି ଆୟୋଗ ୨୦୨୧, ୧୬ ସେପ୍ଟେମ୍ବରରେ ସୁପାରିସ କରିଥିଲେ। ଜିଲା ରାଜସ୍ୱ ରେକର୍ଡରେ ନାମ ତ୍ରୁଟି ଯୋଗୁଁ ଏହି ତିନୋଟି ଜାତିର ଲୋକ ଅନସୂଚିତ ଜାତି ତାଲିକାରେ ସାମିଲ ହୋଇ ପାରୁନାହାନ୍ତି ବୋଲି ଆୟୋଗ ଦର୍ଶାଇଥିଲେ। ଦୁରୁଆ, ଧୁରୁଆ ଓ ଧୁରଭା ଜାତିକୁ ଅନସୂଚିତ ଜନଜାତି ତାଲିକାରେ ସାମିଲ ଲାଗି ଯଥାଶୀଘ୍ର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଏବଂ ସଂସଦରେ ବିଧେୟକ ଉପସ୍ଥାପନା ଲାଗି ଶ୍ରୀ ମାଝୀ କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories