www.samajalive.in
Wednesday, December 10, 2025
26.1 C
Bhubaneswar

ଅନୁରାଧାଙ୍କ ୨୦ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଲେ ଜ୍ୟୋତି

କଟକ: ଗତ ୨୦ ବର୍ଷ ଧରି ମହିଳା ୧୦୦ ମିଟର ହର୍ଡଲ୍‌ସରେ ଜାତୀୟ କୀର୍ତ୍ତିମାନ ଓଡ଼ିଶାର ନାମୀ ଆଥ୍‌ଲେଟ୍‌ ତଥା ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କ ନାମରେ ଥିଲା। ହେଲେ ବୁଧବାର ଅନୁରାଧାଙ୍କ ଏହି ଜାତୀୟ ରେକର୍ଡକୁ ଭାଙ୍ଗି ମହିଳା ୧୦୦ ମିଟର ହର୍ଡଲ୍‌ସରେ ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜି। ସାଇପ୍ରସ୍‌ର ଲିମାସୋଲ୍‌ରେ ଆୟୋଜିତ ଆନ୍ତର୍ଜାତିକ ଦୌଡ଼କୁଦ ପ୍ରତିଯୋଗିତାରେ ଜ୍ୟୋତି ଏହି ଜାତୀୟ କ୍ରୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ୨୦୦୨ ଅଗଷ୍ଟ ୨୬ରେ ନୂଆଦିଲ୍ଲୀର ନେହରୁ ଷ୍ଟାଡିୟମ୍‌ରେ ଆୟୋଜିତ ରାଜା ଭଳେନ୍ଦ୍ର ସିଂହ ଜାତୀୟ ସର୍କିଟ ମିଟ୍‌ରେ ଅନୁରାଧା ୧୦୦ ମିଟର ହର୍ଡଲ୍‌ସରେ ୧୩.୩୮ ସେକେଣ୍ଡ ସମୟ ନେଇ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ତେବେ ସାଇପ୍ରସ୍‌ରେ ବୁଧବାର ୨୨ ବର୍ଷ ବୟସ୍କ ଜ୍ୟୋତି ୧୩.୨୩ ସେକେଣ୍ଡରେ ରେସ୍‌ ସମାପ୍ତକରି ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ସୂଚନାଯୋଗ୍ୟ; ଜ୍ୟୋତି ଗତମାସରେ କେରଳର କୋଜିକୋଡ୍‌ରେ ଆୟୋଜିତ ଫେଡେରେସନ୍ କପ୍‌ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ୧୩.୦୯ ସେକେଣ୍ଡ ସମୟ ନେଇ ୧୦୦ ମିଟର ହର୍ଡଲ୍‌ସରେ ସ୍ବର୍ଣ୍ଣପଦକ ଜିତିଥିଲେ ହେଁ ପବନର ଗତି ସେକେଣ୍ଡ ପ୍ରତି ୨ ମିଟରରୁ ଅଧିକ ଥିବାରୁ ତାଙ୍କ ଜାତୀୟ ରେକର୍ଡକୁ ଗଣନା କରା ଯାଇନଥିଲା। ପୁଣି ୨୦୨୦ରେ ମଧ୍ୟ ଜ୍ୟୋତି ସର୍ବଭାରତୀୟ ଆନ୍ତଃବିଶ୍ବବିଦ୍ୟାଳୟ ଦୌଡ଼ରେ ୧୩.୦୩ ସେକେଣ୍ଡ ସମୟ ହାସଲ କରିଥିଲେ ହେଁ ଉକ୍ତ ପ୍ରତିଯୋଗିତାରେ ନାଡାର କେହି ଅଧିକାରୀ ଉପସ୍ଥିତ ନ ଥିବାରୁ ଉକ୍ତ ରେକର୍ଡ ଗଣନା କରା ଯାଇନଥିଲା। ହେଲେ ସାଇପ୍ରସ୍‌ରେ ସେ ନୂତନ କୀର୍ତ୍ତିମାନ ସ୍ଥାପନ କରି ପାରିଛନ୍ତି। ସୂଚନାଯୋଗ୍ୟ; ଜ୍ୟୋତି ଓଡ଼ିଶାର ଅନୁରାଧାଙ୍କ କୀର୍ତ୍ତିମାନ ଭାଙ୍ଗିବା ପଛରେ ଓଡ଼ିଶାର ଅବଦାନ ରହିଛି। କାରଣ ଜ୍ୟୋତି ଭୁବନେଶ୍ବରରେ ଥିବା ରିଲାଏନ୍‌ସ ଫାଉ‌େ‌ଣ୍ଡସନ୍‌ ଓଡ଼ିଶା ଆଥ୍‌ଲେଟିକ୍‌ସ ହାଇପର୍ଫମାନ୍‌ସ ସେଣ୍ଟରରେ ବିଦେଶୀ ପ୍ରଶିକ୍ଷକ ଜୋସେଫ୍ ହିଲିଅରଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories