www.samajalive.in
Tuesday, December 9, 2025
15.1 C
Bhubaneswar

ମାର୍ଶ, ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ; ରାଜସ୍ଥାନକୁ ହରାଇଲା ଦିଲ୍ଲୀ

ମୁମ୍ବଇ: ଚଳିତ ଆଇପିଏଲ୍‌ରେ ତା’ର ୧୨ଶ ମ୍ୟାଚ୍‌ରେ ୬ଷ୍ଠ ବିଜୟ ହାସଲକରି ପ୍ଲେଅଫ୍‌ ଦୌଡ଼ରେ ରହିପାରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ବୁଧବାର ଖେଳା ଯାଇଥିବା ଏକତରଫା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସକୁ ୮ ୱିକେଟରେ ଦିଲ୍ଲୀ ପରାସ୍ତ କରିଛି। ରବିଚନ୍ଦ୍ରନ ଅଶ୍ବିନଙ୍କ ଅର୍ଦ୍ଧଶତକ ଓ ଦେବଦତ୍ତ ପାଡିକଲଙ୍କ ୪୮ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ୬ ୱିକେଟରେ ୧୬୦ ରନ୍‌ କରି ପାରିଥିଲା। ପରେ ଦୁଇ ଅଷ୍ଟ୍ରେଲୀୟ ମିଚେଲ ମାର୍ଶ ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ୧୧ଟି ବଲ୍‌ ବାକିଥାଇ ୨ ୱିକେଟ ହରାଇ ଦିଲ୍ଲୀ ଜିତିଥିଲା। ୬ଷ୍ଠ ବିଜୟ ପରେ ୧୨ ପଏଣ୍ଟ ସହ ଦିଲ୍ଲୀ ପୂର୍ବପରି ୫ମ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍‌ସ ତା’ର ୧୨ଶ ମ୍ୟାଚ୍‌ରେ ୫ମ ପରାଜୟ ପରେ ୩ୟ ସ୍ଥାନ ବଜାୟ ରଖିଛି। ଦିଲ୍ଲୀ ଏହି ମ୍ୟାଚ୍‌ ଜିତିବା ପରେ ପ୍ଲେଅଫ୍ ଦୌଡ଼ ଆହୁରି ରୋଚକ ହୋଇଯାଇଛି।

ପ୍ଲେଅଫ୍‌ ଦୌଡ଼ରେ ରହିବା ଲାଗି ଦିଲ୍ଲୀ କ୍ୟାପିଟାଲ୍‌ସକୁ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବାର ଥିଲା। ଏହି ‘କର ବା ମର’ ମ୍ୟାଚ୍‌ରେ ୧୬୧ ରନ୍‌ର ବିଜୟଲକ୍ଷ୍ୟ ନେଇ କ୍ରିଜ୍‌କୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ଇନିଂସର ୨ୟ ବଲ୍‌ରେ ଶ୍ରୀକର ଭାରତଙ୍କ ୱିକେଟ ହରାଇଥିଲା। ପରେ ମିଚେଲ ମାର୍ଶ ଆକ୍ରମଣ କରିଥିବା ବେଳେ ଡେଭିଡ୍‌ ୱାର୍ଣ୍ଣର ଜଗିରଖି ଖେଳିଥିଲେ। ୱାର୍ଣ୍ଣରଙ୍କ ଏକାଧିକ କ୍ୟାଚ୍‌ ହାତଛଡ଼ା ହୋଇଥିବା ବେଳେ ଥରେ ବଲ୍‌ ଷ୍ଟମ୍ପ୍‌ରେ ବାଜିଥିଲା; ହେଲେ ବେଲ୍‌ସ ପଡ଼ିନଥିଲା। ମାର୍ଶ ୩୮ ବଲ୍‌ରେ ଚଳିତ ଆଇପିଏଲ୍‌ରେ ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ୨ ଅଷ୍ଟ୍ରେଲୀୟ ୨ୟ ୱିକେଟ ପାଇଁ ୧୭ ଓଭରରେ ୧୪୪ ରନ୍‌ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ମିଚେଲ ମାର୍ଶ ଆକ୍ରମଣାତ୍ମକ ବ୍ୟାଟିଂକରି ୬୨ ବଲ୍‌ରୁ ୭ଟି ଛକା ଓ ୫ଟି ଚୌକା ସହ ୮୯ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ୱାର୍ଣ୍ଣର ଓ ଅଧିନାୟକ ଋଷଭ ପନ୍ତ୍ ଦିଲ୍ଲୀକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ୱାର୍ଣ୍ଣର ୪୧ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୨ ଏବଂ ପନ୍ତ୍ ୪ଟି ବଲ୍‌ରୁ ୨ଟି ଛକା ସହ ୧୩ ରନ୍‌କରି ଅପରାଜିତ ଥିଲେ।

- Advertisement -

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ ନେବା ପରେ ରାଜସ୍ଥାନ ରୟାଲ୍‌ସର ପ୍ରମୁଖ ବ୍ୟାଟ୍‌ସମ୍ୟାନ ବିଫଳ ହୋଇଥିଲେ। ତେବେ ଦଳ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ରବିଚନ୍ଦ୍ରନ ଅଶ୍ବିନ ଓ ଦେବଦତ୍ତ ପାଡିକଲ। ଦୁହିଁଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ରାଜସ୍ଥାନ ଦେଢ଼ଶହ ରନ୍‌ ଅତିକ୍ରମ କରି ପାରିଥିଲା। ଜୋସ୍‌ ବଟ୍‌ଲର ମାତ୍ର ୭ ରନ୍‌କରି ବିଦାୟ ନେଇଥିଲେ। ବାମହାତି ଯଶସ୍ବୀ ଜୟସୱାଲ ୧୯ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୯ ରନ୍‌କରି ଆଉଟ୍‌ ହୋଇଥିଲେ। ୮ ଓଭରରେ ୫୪ ରନ୍‌ରେ ୨ଟି ୱିକେଟ ପଡ଼ିବା ପରେ ଆର୍‌ ଅଶ୍ବିନ ଓ ଦେବଦତ୍ତ ପାଡିକଲ ୬ ଓଭରରେ ଦ୍ରୁତ ୫୩ ରନ୍‌ ଯୋଡ଼ିଥିଲେ। ଅଶ୍ବିନ ଆକ୍ରମଣ କରି ୩୮ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୫୦ ରନ୍‌ କରିଥିଲେ। ପାଡିକଲ ବିସ୍ଫୋରକ ବ୍ୟାଟିଂକରି ୩୦ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୪୮ ରନ୍‌ କରିଥିଲେ। ଅଧିନାୟକ ସଞ୍ଜୁ ସାମ୍‌ସନ ୬ ଓ ରିୟାନ୍ ପରାଗ ୯ ରନ୍‌ କରିଥିଲେ। ରାସି ଭାନ୍ ଡର୍ ଡ୍ୟୁସେନ୍ ୧୨ ରନ୍‌କରି ଅପରାଜିତ ଥିଲେ। ୩ ପେସ୍ ବୋଲର ଚେତନ ସାକାରିୟା, ଆନ୍‌ରିଚ୍‌ ନୋର୍ଖିୟା ଓ ମିଚେଲ ମାର୍ଶ ୨ଟି ଲେଖାଏଁ ୱିକେଟ ନେଇଥିଲେ। ମିଚେଲ ମାର୍ଶ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories