ବେଗୁନିଆ:ବେଗୁନିଆ ବଜାରରେ ଆହତ ଅବସ୍ଥାରେ ପଡିଥିବା ଏକ ହୁଁ ହାଁ ପକ୍ଷୀକୁ ଜନୈକ ବ୍ୟକ୍ତି ଉଦ୍ଧାର କରି ଗତକାଲି ପ୍ରାଣୀ ଚିକିତ୍ସାଳୟ ଜିମା ଦେଇଥିଲେ। ପକ୍ଷୀଟିର ବାମ ଗୋଡ଼ରେ ଆଘାତ ଲାଗି ଗୋଡଟି ଭାଙ୍ଗି ଯାଇଛି। ଯନ୍ତ୍ରଣା ଯୋଗୁଁ ପକ୍ଷୀଟି ଉଡିପାରୁନାହିଁ। ଗତକାଲି ଠାରୁ ବିଭିଓ ଶଙ୍କର୍ଷଣ ମାହୁନ୍ତ ପକ୍ଷୀଟିର ଗୋଡ଼କୁ ପ୍ଲାଷ୍ଟର କରି ଔଷଧ ଦେଇ ଚିକିତ୍ସା କରିଥିଲେ। ଆଜି ବନପାଳ ପ୍ରିୟଦର୍ଶିନୀ ସେଠୀଙ୍କୁ ପକ୍ଷୀଟି ହସ୍ତାନ୍ତର କରାଯାଇଛି। ପକ୍ଷୀଟିକୁ ହେପାଯତରେ ରଖି ସୁସ୍ଥ ହେଲା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ସେ କହିଛନ୍ତି।
Popular Categories



