www.samajalive.in
Wednesday, December 10, 2025
18.1 C
Bhubaneswar

ସରକାରୀ ଅଫିସ୍ ବୁଲି ଦେଖିଲେ ବିଧାୟକ, ପାଟଣାଗଡ ଉପନିୟୋଜନ କାର୍ଯ୍ୟାଳୟ ନେଇ ଅସନ୍ତୋଷ

ପାଟଣାଗଡ଼: ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସହ କାର୍ଯ୍ୟାଳୟରେ ରହିଥିବା ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବିଧାୟକ ଶ୍ରୀ ମେହେର ବ୍ରହ୍ମପୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଡାକ୍ତରଖାନାକୁ ଯାଇ ୱାର୍ଡ ୱାର୍ଡ ବୁଲି କିପରି ରୋଗୀ ସେବା ଚାଲିଛି ପଚାରି ବୁଝିଥିଲେ। ଉପଖଣ୍ଡ ଡ଼ାକ୍ତରଖାନାର ସମସ୍ୟା ଉପରେ ଚିକିତ୍ସାଧିକାରୀ ଡା.ପିତବାସ ସାଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ବଦ୍ୟୁତ ସମସ୍ୟା ଉପରେ ବିଭାଗୀୟ ଅଧିକାରୀ ସହିତ ଆଲୋଚନା କରିଥିଲେ।

ବିଧାୟକ ଉପନିୟୋଜନ କାର୍ଯ୍ୟାଳୟକୁ ପରିଦର୍ଶନ କରିବା ପାଇଁ ପହଞ୍ଚିଥିଲେ। କାର୍ଯ୍ୟାଳୟ ବନ୍ଦ ରହିଥିଲା। ବିଧାୟକ ଶ୍ରୀ ମେହେର କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଦୂରଦୂରାନ୍ତରୁ ଆସିଥିବା ଯୁବକ ଯୁବତୀମାନେ ବିଭିନ୍ନ ଚାକିରି ଆବେଦନ ପାଇଁ ନାମ ପଞ୍ଜିକରଣ କରିବା ପାଇଁ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଆସିବା ବାଟକୁ ଚାହିଁ ରହିଥିଲେ। ବହୁ ଥର ଉପନିୟୋଜନ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି ବୋଲି ବିଧାୟକଙ୍କ ଆଗରେ ଯୁବକ ଯୁବତୀ କହିଥିଲେ। ବିଧାୟକ ଶ୍ରୀ ମେହେର ଉପନିୟୋଜନ କାର୍ଯ୍ୟାଳୟ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଡାକି ଏହା ଉପରେ ଆଲୋଚନା କରାଯିବ କହିଥିଲେ। ସନ୍ତୋଷଜନକ ଉତ୍ତର ନମିଳିଲେ ୨ ଦିନ ମଧ୍ୟରେ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୂଚନା ଅନସାରେ, କିଛି ଦିନ ପୂର୍ବରୁ ଉପନିୟୋଜନ କାର୍ଯ୍ୟାଳୟ ବନ୍ଦ ରହୁଥିବା ଖବର ପ୍ରକାଶ ପାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories