www.samajalive.in
Saturday, December 13, 2025
23.1 C
Bhubaneswar

କୃଷି ବୀମା ଘୋଟାଲା; ହଦହଦା ଗାଁର ଅମ୍ବୁଜାକ୍ଷ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲା ମୁରିବାହାଲ ଥାନା ଗଡ଼ଗଡ଼ବାହାଲ ପଞ୍ଚାୟତ ଅନ୍ତର୍ଗତ ହଦହଦା ଗ୍ରାମରେ କୃଷି ବୀମାରେ ଅନିୟମିତତା ନେଇ ମୁରିବାହାଲ ଥାନାରେ ଆଶିଷ ମିଶ୍ର ଅଭିଯୋଗ କରିଥିଲେ। ୨୦୨୦ରେ ତତ୍କାଳୀନ ମୁରିବାହାଲ ଥାନା ଅଧିକାରୀ ତାରାଜସ୍ମିନ ଗୁରିଆ ଆଶିଷ ମିଶ୍ରଙ୍କ ଅଭିଯୋଗକୁ ଆଧାର କରି ଆଇପିସିର ଧାରା ୪୨୦, ୪୬୭, ୪୬୮ ଓ ୩୪ ଧାରାରେ ୨୨୦ ନମ୍ବର ମାମଲା ରୁଜୁ କରିଥିଲେ। ମାମଲାର ତଦନ୍ତ ଚାଲିଥିଲା। ମଙ୍ଗଳବାର ଦିନ ଥାନା ଅଧିକାରୀ ଜ୍ୟୋତିରାଣୀ ଦାସ ଅମ୍ବୁଜାକ୍ଷ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ମାନ୍ୟବର କୋର୍ଟ ଜାମିନ ନାମଞ୍ଜୁର କରିବା ସହ ତାଙ୍କୁ କଣ୍ଟାବାଞ୍ଜି କାରାଗାରକୁ ପଠାଇ ଦେଇଛନ୍ତି।

ସୂଚନା ଅନୁସାରେ, ୨୦୨୦ରେ ଯେଉଁ ଜମିକୁ ନେଇ ଅମ୍ବୁଜାକ୍ଷ କୃଷି ବୀମା କରିଥିଲେ, ସେହି ଜମି ୧୯୮୦ରୁ ତାଙ୍କ ନାଁରେ ନଥିବା ଜଣାପଡିଛି। ଆଉ ଅମ୍ବୁଜାକ୍ଷଙ୍କ ଗିରଫ ପରେ ମାମଲା ଚର୍ଚ୍ଚାକୁ ଆସିଛି। କାରଣ ଅଭିଯୋଗକାରୀ ଆଶିଷ ମିଶ୍ର ଗିରଫ ଅମ୍ବୁଜାକ୍ଷଙ୍କ ବଡ ବାପା ପୁଅ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories