ଏସିଡ୍ ଆକ୍ରମଣକାରୀଙ୍କୁ ୧୪ ବର୍ଷ ଜେଲ୍
ଜଗତସିଂହପୁର: ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ଘଟଣା । ତିର୍ତ୍ତୋଲ ଥାନା ଅଧୀନରେ ୨୦୦୯ ମସିହାରେ ହୋଇଥିବା ପ୍ରମୋଦିନୀଙ୍କୁ ଏସିଡ ମାଡ଼ ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । ଏହି ଘଟଣାର ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ବିଶ୍ୱଜିତ ଦଳସିଂରୟଙ୍କୁ ୧୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ତାହା ସହ ୧୫ହଜାର ଟଙ୍କା ଲେଖଁଏ ଜୋରିମାନା ଦଣ୍ଡାଦେଶ କରିଛନ୍ତି ଜଗତସିଂହପୁର ଜିଲ୍ଲା ଅତିରିକ୍ତ ସେସନସ ଜଜ୍ ରଶ୍ମିତା ସାହୁ । ସରକାରଙ୍କ ପକ୍ଷରୁ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ଏହି ମାମଲାର ପରିଚାଳନା କରିଥିଲେ ।
Comments are closed.