www.samajalive.in
Sunday, December 14, 2025
26.1 C
Bhubaneswar

ପର୍ସରେ ଭୁଲରେ ରଖନ୍ତୁ ନାହିଁ ଏହି ଜିନିଷ : ଲାଗିରହିବ ଅର୍ଥାଭାବ

ବେଳେବଳେ ଏମିତି ସମୟ ଆସେ ଯେତେ ରୋଜଗାର କଲେ ମଧ୍ୟ ଅର୍ଥାଭାବ ଲାଗି ରହିଥାଏ। ମାସ ଶେଷକୁ ପର୍ସ ଖାଲି। ଯଦି ଏପରି ସମସ୍ୟା ଦେଖା ଦେଉଛି ତେବେ ଏହାର କାରଣ ଟଙ୍କା ରଖୁଥିବା ଆପଣଙ୍କ ପର୍ସ ହୋଇପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ପର୍ସ ଭିତରେ ରଖିଲେ ଆର୍ଥିକ ସମସ୍ୟା ଲାଗି ରହେ ଓ ରାହୁଙ୍କ କୁଦୃଷ୍ଟି ପଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଜିନିଷଗୁଡ଼ିକୁ ପର୍ସରେ ରଖିବା ଅଶୁଭ ହୋଇଥାଏ ଓ ଅର୍ଥାଭାବ ଦେଖାଦେଇଥାଏ –
୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପର୍ସରେ ରଦ୍ଦି କାଗଜ ରଖିଲେ ରାହୁଙ୍କ ପ୍ରଭାବ ପଡ଼ିଥାଏ। ପାଖରେ ଟଙ୍କାଟିଏ ବି ରହେ ନାହିଁ।
୨. ଅନେକ ଲୋକ ପ୍ୟାଣ୍ଟ ପଛ ପକେଟ୍ରେ ପର୍ସ ରଖିଥାନ୍ତି। ଏହା ରଖିବା ଉଚିତ୍ ନୁହେଁ। ଏହା କଲେ ଧନର ଦେବୀ ମହାଲକ୍ଷ୍ମୀ କ୍ରୋଧିତ ହୋଇଥା’ନ୍ତି। ସବୁବେଳେ ଅଭାବ ଅନଟନ ଲାଗି ରହିଥାଏ।
୩. ଫଟା ଓ ପୁରୁଣା ପର୍ସ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଶନିଦେବଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ। ଯଦ୍ୱାରା ଅଯଥା ଖର୍ଚ୍ଚାନ୍ତ ହେବେ।
୪. ପର୍ସରେ କୌଣସି ମୃତବ୍ୟକ୍ତିଙ୍କ ଫଟୋ ରଖନ୍ତୁ ନାହିଁ। ଏହା ଆଦୌ ଶୁଭ ନୁହେଁ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହାଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ।
୫. ପର୍ସରେ ନୋଟ୍ ସହିତ ଲଗାଇ କୌଣସି ଟିକେଟ୍ ରଖନ୍ତୁ ନାହିଁ। ଏହା ବିବାଦୀୟ ସ୍ଥିତି ସୃଷ୍ଟି ହେବାର କାରଣ ହୋଇପାରେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories