ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି । ପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ବସିଥିଲା ଏବଂ ସେଥିରେ ୨୪ ରୁ ୨୮ ତାରିଖ ପର୍ୟ୍ୟନ୍ତ ଜିଲ୍ଳା ପ୍ରଶାସନ କାର୍ୟ୍ୟଳୟ ସହିତ ଜିଲ୍ଲା କୋର୍ଟ କୁ ମଧ୍ୟ ବନ୍ଦ କରାଯାଇଥିଲା। ତେବେ ଗତ ୨୯ତାରିଖରେ ସିଏସସି ପକ୍ଷରୁ ରାଜଗମପୁର ଠାରେ ବୈଠକ ହୋଇଥିଲା । ପଶ୍ଚିମ ଓଡ଼ିଶାରେ ଥିବା ସମସ୍ତ ସରକାରୀ କାର୍ୟ୍ୟାଳୟ ସମେତ କୋର୍ଟକୁ ନଭେମ୍ବର୧୫ତାରିଖ ପର୍ୟ୍ୟନ୍ତ ପ୍ରାୟ ଦେଢ ମାସ କାଳ ବନ୍ଦ କରିବା ପାଇଁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକୁ ଝାରସୁଗୁଡା ଜିଲ୍ଲା ବର ଆସୋସିଏସନ୍ ସମର୍ଥନ ଜଣାଇଛନ୍ତି । ଆଜିଠାରୁ ପ୍ରାୟ ଦେଢ଼ମାସ ଧରି ସମସ୍ତ ସରକାରୀ କାର୍ୟ୍ୟାଳୟ ବନ୍ଦ କରିବାକୁ ଜିଲ୍ଲା ବର ଆଷୋସିଏସନ ସଭାପତି ଅନୁରୋଧ କରିଛନ୍ତି ।
Popular Categories



