www.samajalive.in
Tuesday, December 9, 2025
15.1 C
Bhubaneswar

ସମ୍ଭାବ୍ୟ କରୋନା ପାଇଁ ବ୍ୟାପକ ପ୍ରସ୍ତୁତି 

ନବରଙ୍ଗପୁର: ସମ୍ଭାବ୍ୟ କରୋନା ମହାମାରୀ ପାଇଁ ଜିଲା ସ୍ୱାସ୍ତ୍ୟବିଭାଗ ସଜାଗ ରହିଛି । ଏ ସଂପର୍କରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଛି ।  ଜିଲାରେ ଟିକାକରଣରେ ତିନିଟି ଗ୍ରୁପରେ ବ୍ୟାପକ କରାଯାଇଥିବା ବେଳେ ପିକୋସନ ଡୋଜ୍‍ ୮୭ ପ୍ରତିଶତ ରହିଛି । କୋଭିସିଲ୍‍ ଟିକା ୧୦୪ ପ୍ରତିଶତ ହୋଇଥିବାବେଳେ କୋଭାକ୍ସିନ୍‍ ଟିକା (୧୫ରୁ ୧୮ବର୍ଷ) ୮୭ପ୍ରତିଶତ ଓ  କୋରଭାଭେକ୍ସ ଟିକାକରଣ (ଛୋଟପିଲା) ୯୨ ପ୍ରତିଶତ ହୋଇଛି । ଏହା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇଛି । ସେହପିରି ବିଇଡି ମହାବିଦ୍ୟାଳୟରେ ଥିବା କୋଭିଡ୍‍ ଡାକ୍ତରଖାନାରେ ୧୨ଟି ଭେନ୍‍ଟିଲେଟର ରହିଛି । ଆଇସିୟୁ ସୁବିଧା ଅଛି , ୨୦୦ ଶଯ୍ୟା ରହିଛି । କୋଭିଡ ପରୀକ୍ଷା ପାଇଁ ଡିପିଏଚଏଲ ଲାବରେଟାରୀ ସୁବିଧା ରହିଛି । ସେହିପରି ଶିଶୁ ରୋଗ ବିଶେଷଜ୍ଞ ସମେତ ମୋଟ ୧୮ଜଣ ଡାକ୍ତର ଓ ଷ୍ଟାଫନର୍ସ ୧୬ ଜଣଙ୍କୁ କୋଭିଡ୍‍ ପାଇଁ ତାଲିମ ଦିଆଯାଇଛି ।

ଗ୍ରାମାଞ୍ଚଳରେ ସମସ୍ତଙ୍କର ଆଶାକର୍ମୀ ଓ ଅଙ୍ଗନବାଡୀକର୍ମୀଙ୍କୁ ମଧ୍ୟ କୋଭିଡ୍‍ ପାଇଁ ତାଲିମ ଦିଆଯାଇଥିବା ସୂଚନା ମିଳିଛି । ଜିଲାଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରୋନାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଥିବା ଜାତୀୟ ସ୍ୱାସ୍ଥ୍ୟମିଶନର ଜିଲା ପ୍ରକଳ୍ପ ପରିଚାଳକ ସୁଶାନ୍ତ କୁମାର ପ୍ରହରାଜ ସୂଚନା ଦେଇଛନ୍ତି । ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଡଃ.କାଳୀ ପ୍ରସାଦ ବେହେରାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ଭାବ୍ୟ କୋଭିଡ୍‍ ପରିଚାଳନା ପାଇଁ ବୈଠକ ସମେତ ପ୍ରସ୍ତୁତି କରାଯାଇଥିବା କହିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories