www.samajalive.in
Friday, December 12, 2025
14.1 C
Bhubaneswar

କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଲେ ସମ୍ବଲପୁରର କାହ୍ନୁ ସ୍ୱାଇଁ

ସମ୍ବଲପୁର: ରାଜ୍ୟ କନିଷ୍ଠ କୁସ୍ତି ପ୍ରତିଯୋଗିତା କଟକ ସ୍ଥିତ ବାରବାଟି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର ଜିଲା କୁସ୍ତି ଦଳ ଭାଗ ନେଇଥିଲେ । ସମ୍ବଲପୁରର ଦଳର ଖେଳାଳି କାହ୍ନୁ ଚରଣ ସ୍ୱାଇଁ ୨୩ ବର୍ଷରୁ କମ ବିଭାଗରେ ପୁରୀର ଖେଳାଳିଙ୍କୁ ହରାଇ ଜିଲା ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ମହିଳା ବିଭାଗରେ ସମ୍ବଲପୁର ଦଳର ଖେଳାଳି ସ୍ନିଗଧା ରାଣୀ ଭାଜି ରୌପ୍ୟ ପଦକ ହାସଲ କରିଛନ୍ତି । ୧୫ ବର୍ଷରୁ କମ ବିଭାଗରେ ପ୍ରତିକ୍ଷା ବରାଳ ଓ ପ୍ରାଚୀ ପ୍ରଜ୍ଞା ସୋରେନ ରୋପ୍ୟ ପଦକ ହାସଲ କରିଛନ୍ତି । ଏହି ଦଳ ସହିତ ପ୍ରଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ଦଳର କୋଚ ଏବଂ ଗାୟତ୍ରୀ ମିଶ୍ର ପରିଚାଳିକା ଦାୟିତ୍ୱ ନିର୍ବାହ କରିଛନ୍ତି । ସମ୍ବଲପୁର ଦଳର ଏହି କୃତିତ୍ୱ ପାଇଁ ଏସୋସିଏସନର ସଦସ୍ୟ ସୁବ୍ରତ ପଣ୍ଡା, ସୁଶ୍ମିତା ବରାଳ, ରାମଦାସ ପଣ୍ଡା, ସୋନୁ ପ୍ରସାଦ ସୋନାର, ସମୀର କୁମାର ବିଶ୍ୱାଳ, ଅରୁଣ କୁମାର ଅଜାଡିୱାଲ, ସ୍ୱାଗତ କୁମାର ଘଢ଼ାଇ, ଶାନ୍ତି ଗୋପ, ଆଦ୍ୟାଶା ତ୍ରିପାଠୀ, ପୁଷ୍ପାଞ୍ଜଳି ସାହୁ, ପ୍ରିୟଙ୍କା ମିତ୍ତଲ, ସମ୍ପାଦକ ରବି ପଟ୍ଟନାୟକ, ରାଜ୍ୟ କୁସ୍ତି ସଂଘର ସମ୍ପାଦକ କିଶୋର ବେହେରା, ରାଜ୍ୟ ସଭାପତି ରାମ ପାଢ଼ୀ ଓ ଭାରତୀୟ କୁସ୍ତି କୋଚ ମନିଷା ସାମଲ ପ୍ରମୁଖ ଶୁଭେଚ୍ଛା ଜଣାଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories