www.samajalive.in
Friday, December 12, 2025
14.1 C
Bhubaneswar

ଝରକା ଗ୍ରୀଲ୍ ତାଡି ଲୁଟିଲେ ଦୁର୍ବୃତ୍ତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଇଁଶିରା ଗ୍ରାମରେ ବିଳମ୍ବିତ ରାତିରେ ଦୁଇଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଟାଇଁଶିରା ଗ୍ରାମର ବାଇଧର ସାହୁଙ୍କ ଘରର ଝରକା ଗ୍ରୀଲ ତାଡି ଦୁର୍ବୃତ୍ତ ମାନେ ଘରେ ପଶିବା ପରେ ଗଡରେଜ୍ ଭାଙ୍ଗି ସୁନା କାନଫୁଲ, ରୁପା ପାଉଁଜି ଓ ଗୋଟିଏ ମୁଦି ଲୁଟି ନେଇଛନ୍ତି । ସେହିପରି ନିକଟସ୍ଥ ସାରଦା ମହାନ୍ତ ନାମକ ଜଣେ ଶିକ୍ଷିୟତ୍ରୀ ଘରେ ରହୁନ ଥିବା ବେଳେ ସେଠାରେ ମଧ୍ୟ ଝରକା ଗ୍ରୀଲ ତାଡି ଘର ଭିତରେ ପ୍ରବେଶ କରିଥିଲେ ଦୁର୍ବୃତ୍ତ । ତେବେ ସେଠାରେ କେହି ରହୁନଥିବା କାରଣରୁ ଚୋରିର ଆକଳନ କରାଯାଇ ପାରିନାହିଁ । ଘଟଣା ସ୍ଥଳରେ  ପୁଲିସ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories