www.samajalive.in
Sunday, December 14, 2025
26.1 C
Bhubaneswar

କମୁଛି ମାତୃତ୍ବ ହାର : ଏନ୍‌ଏଫ୍‌ଏଚ୍‌ଏସ୍‌ ରିପୋର୍ଟ

ନୂଆଦିଲ୍ଲୀ : ଦେଶରେ ମାତୃତ୍ବ ହାର ହ୍ରାସ ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନଏଫଏଚ୍‌ଏସ୍‌)ର ସର୍ଭେ ଅନୁଯାୟୀ ଦେଶର ସମସ୍ତ ସମ୍ପ୍ରଦାୟରେ ମାତୃତ୍ବ ହାର ହ୍ରାସ ପାଇଛି। ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏନଏଫଏଚଏସ୍‌ର ପଞ୍ଚମ ସର୍ଭେ ରିପୋର୍ଟ ଅନୁଯାୟୀ ଭାରତୀୟ ମହିଳାମାନେ ପୂର୍ବ ଅପେକ୍ଷା କମ୍ ସନ୍ତାନ ଜନ୍ମ ଦେଉଛନ୍ତି। ଏପରିକି ମୁସଲମାନ ସମ୍ପ୍ରଦାୟର ମହିଳାଙ୍କ ସନ୍ତାନ ଜନ୍ମ ହାର ସର୍ବାଧିକ ହ୍ରାସ ପାଇଛି। ୨୦୧୫-୧୬ରେ ଏନଏଫଏଚଏସ୍‌ର ୪ର୍ଥ ସର୍ଭେ ରିପୋର୍ଟ ଓ ୨୦୧୯-୨୧ର ପଞ୍ଚମ ରିପୋର୍ଟ ଅନୁଯାୟୀ ମୁସଲମାନ ମହିଳାଙ୍କ ମାତୃତ୍ବ ହାର ୨.୬୨ରୁ ୨.୩୬ ପ୍ରତିଶତକୁ ହ୍ରାସ ପାଇଛି। ଏହି ୫ବର୍ଷରେ ମହିଳାଙ୍କ ପ୍ରଜନନ ହାର ୯.୯% ହ୍ରାସ ପାଇଛି। ଯାହାକୁ ଅନ୍ୟ ସମ୍ପ୍ରଦାୟର ମହିଳାଙ୍କ ତୁଳନାରେ ସର୍ବାଧିକ। ୧୯୯୨-୯୩ରେ ପ୍ରଥମ ପରିବାର ସ୍ବାସ୍ଥ୍ୟ ସର୍ଭେ କରାଯାଇଥିଲା। ଏହି ସମୟରେ ମହିଳାଙ୍କ ପ୍ରଜନନ ହାର ୩.୪ ପ୍ରତିଶତ ରହିଥିଲା। ଆର୍ଥାତ୍ ଜଣେ ମହିଳା ଜୀବନକାଳ ମଧ୍ୟରେ ଉପରୋକ୍ତ ସଂଖ୍ୟାର ସନ୍ତାନ ଜନ୍ମ ଦେଉଥିଲେ। ୨୦୧୯-୨୧ର ସର୍ଭେ ଅନୁଯାୟୀ ମହିଳାଙ୍କ ପ୍ରଜନନ ୪୦ ପ୍ରତିଶତ ହ୍ରାସ ପାଇ ୨.୦ ପ୍ରତିଶତରେ ପହଞ୍ଚିଛି। ଏହି ୫ବର୍ଷ ମଧ୍ୟରେ ମୁସଲମାନ ମହିଳାଙ୍କ ମୋଟ ପ୍ରଜନନ ହାର ୪୬.୫% ହ୍ରାସ ପାଇଥିବାବେଳେ ହିନ୍ଦୁ ମହିଳାଙ୍କ ମୋଟ ପ୍ରଜନନ ହାର ୪୧.୨% ହ୍ରାସ ପାଇଛି। ୧୯୯୨-୯୩ରେ ବୌଦ୍ଧ ଓ ଜୈନଙ୍କ ପ୍ରଜନନ ହାର ତଥ୍ୟ ସଂଗ୍ରହ କରାଯାଇ ନଥିଲା। ଦେଶରେ ମାତୃତ୍ବ ହାର କମ୍ ପଛର ମୁଖ୍ୟ କାରଣ ହେଉଛି ମହିଳାମାନଙ୍କ ଶିକ୍ଷା ଗ୍ରହଣ। ମହିଳାମାନେ ପାଠ ପଢିବା ଦ୍ବାରା ସେମାନେ ଦେଶର ଜନସଂଖ୍ୟା ବୃଦ୍ଧି ଦିଗରେ ସଚେତନ ହେଉଛନ୍ତି। ଏହା ସହିତ ପରିବାରକୁ ଯଥା ସମ୍ଭବ ଛୋଟ କରିବାକୁ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ ଉତ୍ତରପ୍ରଦେଶରେ ହିନ୍ଦୁଙ୍କ ମାତୃତ୍ବ ହାର ସର୍ବାଧିକ ୨.୨୯ ପ୍ରତିଶତ ଥିବାବେଳେ ତାମିଲନାଡୁରେ ଏହା ସର୍ବନିମ୍ନ ୧.୭୫%। ସେହିପରି ଉତ୍ତରପ୍ରଦେଶରେ ମୁସଲମାନଙ୍କ ମାତୃତ୍ବ ହାର ୨.୬୬ ରହିଥିବାବେଳେ ତାମିଲନାଡୁରେ ୧.୯୩%।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories