ବିଜେପିର ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ

ଆଠଗଡ : ଆଠଗଡ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନ ପରବର୍ତ୍ତୀ ଏକ ସମୀକ୍ଷା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନସ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତ ଗ୍ରାମପଞ୍ଚାୟତ ଓ ପୌରନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଦଳୀୟ ପ୍ରାର୍ଥୀମାନଙ୍କର ମତାମତ ଗ୍ରହଣ କରିବା ସହ ଆଗାମୀ ଦିନରେ ଦଳର ସଂଗଠନକୁ ତୃଣମୂଳସ୍ତରରେ କିପରି ମଜବୁତ କରାଯିବ ସେ ସଂପର୍କରେ ଦିଗଦର୍ଶନ ଦେଇଥିଲେ। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସଂପର୍କରେ ସାଧାରଣଲୋକଙ୍କୁ ଅବଗତ କରାଇବା ସହ ସେମାନଙ୍କର ଆସ୍ଥା ଓ ବିଶ୍ୱାସ ହାସଲ କରିବା ପାଇଁ ପ୍ରତ୍ୟେକ କାର୍ଯ୍ୟକ୍ରମ ଉଦ୍ୟମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସହ ସଦଳର ବରିଷ୍ଠ ନେତା ତଥା ଜିଲ୍ଲା ସାଧାରଣ ସଂପାଦକ ରାମ ନାରାୟଣ ମହାନ୍ତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶଙ୍କର୍ଷଣ ମହାନ୍ତି, ବରିଷ୍ଠନେତା ଆଇନଜୀବୀ ବିକ୍ରମ କେଶରୀ ଦାଶ, ଏନଏସି ନଗରପାଳ ପାର୍ଥୀନୀ ଇଲା ପଣ୍ଡା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଦଳର ନେତା ଓ କାର୍ଯ୍ୟକର୍ତ୍ତା ଐକ୍ୟବଦ୍ଧ ହୋଇ ଏକମନରେ କାର୍ଯ୍ୟକଲେ ଆଗାମୀ ଦିନରେ ସଫଳତା ନିଶ୍ଚିତ ମିଳିବ ବୋଲି ମୁଖ୍ୟଅତିଥି ଶ୍ରୀ ମହାନ୍ତି ଓ ଅନ୍ୟ ନେତା ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମଣ୍ଡଳର ସଭାପତି, ଗତ ନିର୍ବାଚନରେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ ଏବଂ ଏନଏସିର ପାରିଷଦ ପ୍ରାର୍ଥୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ନଗରମଣ୍ଡଳର ସାଧାରଣ ସଂପାଦକ ରମାକାନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.