www.samajalive.in
Sunday, December 14, 2025
19.1 C
Bhubaneswar

ଏକଦିବସୀୟ ଗୋପାଳନ ପ୍ରଶିକ୍ଷଣ ଶିବିର

ବାଙ୍କୀ : ଓଡିଶା ଜିବୀକା ମିଶନ, ମିଶନ ଶକ୍ତି ବିଭାଗ ଡମପଡା ବ୍ଲକ ପକ୍ଷରୁ ସ୍ଥାନୀୟ ରଗଡି ପଞ୍ଚାୟତରେ ଏକଦିବସୀୟ ଗୋପାଳନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱ ମାତୃ ଦିବସ ଅବସରରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ମିଶନଶକ୍ତିର ସଦସ୍ୟ ମାନଙ୍କୁ ବିଭାଗ ପକ୍ଷରୁ କୃତଜ୍ଞତା ଜ୍ଞାପନ ସହ ମାତୃ ଦିବସର ଚିନ୍ତନ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଆଗାମୀ ଦିନରେ ଏହି କ୍ଲଷ୍ଟରର ୩୦ଜଣ ହିତାଧିକାରୀଙ୍କୁ ୩୦ଗୋଟି ଜର୍ସି ଗାଈ ପ୍ରଦାନ କରାଯାଇ ପରିବାରର ଆର୍ଥିକ ସ୍ବଚ୍ଛଳତା ପାଇଁ ପଦକ୍ଷେପ ନିଆଯିବା ସମ୍ପର୍କରେ ପ୍ରକଳ୍ପ ସଂଯୋଜକ ଅକ୍ଷୟ କୁମାର ଭଟ୍ଟ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ୩ଜଣ ବୟସ୍କା ମା’ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ବିଜୟଲକ୍ଷ୍ମୀ ମହାନ୍ତି, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଭାରୀରଥି ପାଣି, ବ୍ଲକ ପ୍ରାଣୀଧନ ଚିକିତ୍ସକ ଡାକ୍ତର ସ୍ୱରୂପ ରଞ୍ଜନ ମହାପାତ୍ର, ଡାକ୍ତର ଅର୍ପିତା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଗୋପାଳନ ନିମନ୍ତେ ଚାଷୀ ମାନେ ଘାସ ଚାଷ କରିବା ପାଇଁ ଅନୁରୂପ ପରାମର୍ଶ ଦିଆଯାଇଛି । ଏମ.ବି.କେ ସୁକନ୍ୟା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories