www.samajalive.in
Sunday, December 14, 2025
23.1 C
Bhubaneswar

ୟୁକ୍ରେନ-ରୁଷ ଯୁଦ୍ଧର ପ୍ରଭାବ, ବାୟୁସେନାର ଯୁଦ୍ଧ ବିମାନ ନବୀକରଣ ଯୋଜନା ହେବ ବିଳମ୍ବିତ

ଡେସ୍କ: ସମ୍ପ୍ରତି ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ନବୀକରଣ ଯୋଜନା ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରାୟ ୩୫ ହଜାର କୋଟି ଟଙ୍କା ବ୍ୟୟରେ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନର ନବୀକରଣ ନେଇ ଯେଉଁ ଯୋଜନା କରାଯାଇଥିଲା ଏବଂ ଭାରତର ଚୀନ ଓ ପାକିସ୍ତାନ ସହ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଦେଶର ବାୟୁସେନାକୁ ଦୃଢ଼ କରିବାକୁ ଯେଉଁ ଲକ୍ଷ୍ୟ ସ୍ଥିର କରାଯାଇଥିଲା ତାହା ଅତ୍ୟଧିକ ବିଳମ୍ବିତ ହେବା ନିଶ୍ଚିତ ବୋଲି ଜଣାପଡିଛି।

ଏହାଛଡା ୨୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ଟି ଅତ୍ୟାଧୁନିକ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନ କ୍ରୟ ମଧ୍ୟ ବିଳମ୍ବ ହେବ ବୋଲି ଜଣାପଡିଛି। ଏହି ବିମାନଗୁଡିକରେ ମେଡ଼ ଇନ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଦେଶରେ ନିର୍ମିତ ଉତ୍ପାଦ ବ୍ୟବହାର ହେବାକୁ ଥିବାରୁ ବିଳମ୍ବ ହେବ ବୋଲି ଜଣାପଡିଛି।

- Advertisement -

ଭାରତୀୟ ବାୟୁସେନା ରୁଷ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ଼ର ମିଳିତ ସହଯୋଗରେ ୮୫ଟି ବିମାନର ନବୀକରଣ ଯୋଜନା ରଖିଥିବା ବେଳେ ବର୍ତ୍ତମାନର ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ତାହା ସମ୍ଭବ ହେବା ସହଜ ହେବ ନାହିଁ। ଏହି ସବୁ ବିମାନର ନବୀକରଣରେ ଭାରତ ତିଆରି ରାଡ଼ାର ଏବଂ ଇଲେକ୍ଟ୍ରୋନିକ ଯନ୍ତ୍ରପାତି ଖଞ୍ଜାଯିବା ଯୋଜନା ରହିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories