ଉଦ୍ଧବଙ୍କୁ ନବନୀତଙ୍କ ଚେତାବନୀ; ସାହସ ଅଛିତ ମୋ ସାମ୍ନାରେ ଲଢ଼ନ୍ତୁ
ଉତ୍ତରାଖଣ୍ଡ: ହନୁମାନ ଚାଳିଶା ବିବାଦ ପ୍ରସଙ୍ଗରେ ଗିରଫ ହୋଇଥିବା ସାଂସଦ ନବନୀତ ରାଣା ସୁସ୍ଥ ହୋଇଛନ୍ତି ।ଆଜି ତାଙ୍କୁ ଲିଲାବତୀ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଡାକ୍ତରଖାନାରୁ ନବନୀତ ଡିସଚାର୍ଜ ହେବା ସମୟରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ହନୁମାନ ଚାଳିସା ପଢ଼ିବାକୁ ହେଲେ ୧୪ ଦିନ କାହିଁକି ୧୪ ବର୍ଷ ଜେଲରେ ରହିଲେ ବି ମୁଁ ପ୍ରସ୍ତୁତ ରହିଛି ।
ତାହା ସହ ନବନୀତ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଯେଉଁଠାରେ ବି ନିର୍ବାଚନ ଲଢ଼ିଲେ ମୁଁ ସେଠାରୁ ନିର୍ବାଚନ ଲଢ଼ିବି । ଅଲଦାଲତଙ୍କ ରାୟକୁ ମୁଁ ସମ୍ମାନ ଜଣାଉଛି କିନ୍ତୁ ସରକାର ମୋ ବିରୋଧରେ ଯାହା ଅତ୍ୟାଚାର କରିଛନ୍ତି ତାର ବିରୋଧରେ ମୁଁ ସ୍ୱର ଉତ୍ତେଳନ କରିବି । ଘଟଣାକୁ ନେଇ ନବନୀତ ଡାକ୍ତରଖାନାରୁ ଡିସଚାର୍ଜ ହେବାପରେ ଏମିତି କିଛି ପ୍ରତିକ୍ରିୟା ରଖିଥିବା ଦେଖିବାକୁ ମିଳିଛି ।
Comments are closed.