www.samajalive.in
Monday, December 15, 2025
26.1 C
Bhubaneswar

ଜ୍ଞାନବ୍ୟାପୀ ମସଜିଦ୍‌ର ସର୍ବେକ୍ଷଣ ଚାଲିବ

ବାରଣାସୀ : ବାରଣାସୀସ୍ଥିତ ଜ୍ଞାନବ୍ୟାପୀ ମସଜିଦ୍‌ର ସର୍ବେକ୍ଷଣ କାର୍ଯ୍ୟ ଜାରି ରହିବ ବୋଲି ନିର୍ଦେଶ ଦେଇଛନ୍ତି ସ୍ଥାନୀୟ ଅଦାଲତ। କାଶୀ ବିଶ୍ବନାଥ-ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ମା’ ଶ୍ରୀଙ୍ଗାର ଗୌରୀସ୍ଥଳ (ମନ୍ଦିର)ରେ ପୂଜାର୍ଚ୍ଚନାକୁ ନେଇ ଏକ ମାମଲା ଅଦାଲତରେ ରୁଜୁ ହେବା ପରେ ସଂପୃକ୍ତ ସ୍ଥାନର ଭିଡିଓଗ୍ରାଫି ଓ ସର୍ବେକ୍ଷଣ ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସର୍ବେକ୍ଷଣ କାର୍ଯ୍ୟରେ ନିଯୁକ୍ତ ଆଡଭୋକେଟ୍‌ କମିସନରଙ୍କୁ ହଟାଇବାକୁ ମୁସଲିମ୍‌ ପକ୍ଷ ତରଫରୁ ଯେଉଁ ଆବେଦନପତ୍ର ଦାଖଲ କରାଯାଇଛି ତାହାର ବିଚାର ଆସନ୍ତା ୯ରେ ହେବ ବୋଲି ବିଚାରପତି କହିଛନ୍ତି। ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା ମା’ ଶ୍ରୀଙ୍ଗାର ଗୌରୀସ୍ଥଳରେ ପୂଜାର୍ଚ୍ଚନା ଅନୁମତି ପ୍ରଦାନ ନିମନ୍ତେ ୧୯୯୧ରେ ବାରଣାସୀ ଅଦାଲତରେ ଏକାଧିକ ଆବେଦନପତ୍ର ଦାଖଲ ହୋଇଥିଲା। ସ୍ଥାନୀୟ ଆଇନଜୀବୀ ବିଜୟ ଶଙ୍କର ରସ୍ତୋଗୀ ଏହି ମାମଲାରେ ଏକ ଆବଦେନପତ୍ର ଦାଖଲ କରି ଦର୍ଶାଇଥିଲେ କାଶୀ ବିଶ୍ବନାଥ ମନ୍ଦିରକୁ ମହାରାଜା ବିକ୍ରମାଦିତ୍ୟ ପାଖାପାଖି ୨୦୫୦ ବର୍ଷ ପୂର୍ବେ ନିର୍ମାଣ କରିଥିଲେ। ତେବେ ମୋଗଲ ଶାସନ ସମୟରେ ଆଉରେଙ୍ଗଜେବ୍‌ଙ୍କ ନିର୍ଦେଶକ୍ରମେ କାଶୀ ବିଶ୍ବନାଥ ମନ୍ଦିର କିଛି ଅଂଶକୁ ହଟାଇ ସେଠାରେ ଜ୍ଞାନବ୍ୟାପୀ ମସଜିଦ୍‌ ନିର୍ମାଣ କରାଯାଇଥିଲା। ତେଣୁ ଜ୍ଞାନବ୍ୟାପୀ ମନ୍ଦିରକୁ ଭଙ୍ଗାଯାଇ ସମଗ୍ର ଜମିକୁ ହିନ୍ଦୁଙ୍କୁ ହସ୍ତାନ୍ତର କରାଯିବା ଉଚିତ୍‌। ଏହାକୁ ବିରୋଧ କରି ସର୍ବଭାରତୀୟ ମୁସଲିମ୍‌ କମିଟି ପକ୍ଷରୁ ଆହ୍ଲାବାଦ୍‌ ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନପତ୍ର ଦାଖଲ କରାଯାଇଥିଲା। ଆହ୍ଲାବାଦ୍‌ ଉଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ ନିମ୍ନ ଅଦାଲତରେ ଚାଲିଥିବା ଶୁଣାଣି ଉପରେ ରହିତାଦେଶ ଜାରି କରିଥିଲେ। ଅନ୍ୟପକ୍ଷରେ ବାବରୀ ମସଜିଦ୍‌-ରାମ ଜନ୍ମଭୂମି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଜ୍ଞାନବ୍ୟାପୀ ମସଜିଦ୍‌ର ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ସର୍ବେକ୍ଷଣ ଦାବି କରି ଆଇନଜୀବୀ ବିଜୟ ଶଙ୍କର ରସ୍ତୋଗୀ ଅଦାଲତରେ ଆବେଦନପତ୍ର ଦାଖଲ କରିଥିଲେ।
୨୦୨୧ ଏପ୍ରିଲ୍‌ ୧୮ରେ ରାକ୍ଷୀ ସିଂହ, ଲକ୍ଷ୍ମୀ ଦେବୀ, ସୀତା ସାହୁ, ମଞ୍ଜୁ ବ୍ୟାସ ଓ ରେଖା ପାଠକ ପ୍ରମୁଖ ଶ୍ରୀଙ୍ଗାର ଗୌରୀ ଓ ତାଙ୍କ ନିକଟରେ ଥିବା ଅନ୍ୟାନ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନାର ସୁଯୋଗ ଦାବି କରି ଏକ ଆବେଦନପତ୍ର ଅଦାଲତରେ ଦାଖଲ କରିଥିଲେ। ଏହାର ବିଚାର କରି ବାରଣାସୀର ସିଭିଲ୍‌ ଜଜ୍‌ (ସିନିୟର ଡିଭିଜନ) ରବି କୁମାର ଦିବାକର ଜ୍ଞାନବ୍ୟାପୀ ମସଜିଦ୍‌ ପରିସରର ସର୍ବେକ୍ଷଣ ଜଣେ ଆଡଭୋକେଟ୍‌ କମିସନରଙ୍କ ଦ୍ବାରା କରିବାକୁ ନିର୍ଦେଶ ଦେଇଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories