ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା ଏବଂ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା
ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳ ଉପରେ ସୃଷ୍ଟ ଅବପାତ, ଗଭୀର-ଅବପାତରେ ପରିଣତ ହୋଇଛି । ଆସନ୍ତା କାଲି(ରବିବାର) ସକାଳ ସୁଦ୍ଧା ଏହା ବାତ୍ୟା ଏବଂ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କିଛି ସମୟ ପୂର୍ବରୁ ଜାରି କରାଯାଇଥିବା ସୂଚନାରେ କୁହାଯାଇଛି।
Deep Depression likely to intensify into a cyclonic storm by tomorrow morning and into a severe cyclonic storm by evening. pic.twitter.com/zJH0UaZesV
— Meteorological Centre, Bhubaneswar (@mcbbsr) May 7, 2022
ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି । ପୁରୀ ଠାରୁ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି।
Comments are closed.