www.samajalive.in
Sunday, December 14, 2025
19.1 C
Bhubaneswar

ଜିଲାପାଳଙ୍କ ଲକ୍ଷ୍ମୀପୁର ଗସ୍ତ: ୩କୋଟି ଟଙ୍କାରେ ନିର୍ମିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଲକ୍ଷ୍ମୀପୁର: ଆଜି କୋରାପୁଟ ଜିଲାପାଳ ଏମ ଅଖତାର ଶନିବାର ଲକ୍ଷ୍ମୀପୁର ଗସ୍ତରେ ଆସିଥିଲେ। ଏହି ଅବସରରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନିକଟରେ ଖଣି ପାଣ୍ଠିରୁ ପ୍ରାୟ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧୀନ ଏକ ଉନ୍ନତ ମାନର କୋଠା ଘରକୁ ବୁଲି ଦେଖିଥିଲେ। ଦୁଇ ମହଲା ବିଶିଷ୍ଟ ଏହି କୋଠାଘରକୁ ପୁରୁଣା ଡାକ୍ତରଖାନାର ସମସ୍ତ ବିଭାଗ ସ୍ଥାନାନ୍ତରିତ ହେବା ସହିତ ଆସନ୍ତା ୧୬ ତାରିଖରେ ଏହା ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଉପର ମହଲାକୁ ଯିବା ପାଇଁ ଲିଫ୍ଟ ବ୍ୟବସ୍ଥା କରାଯାଇଛି। ଏଥିସହିତ ଶିତତାପ ନିୟନ୍ତ୍ରିତ କୋଠରୀର ବି ସୁବିଧା ରହିଛି। ମେ’ ୧୬ ତାରିଖରେ ଏହା ଉଦଘାଟିତ ହେବାକୁ ଥିବାରୁ ଜିଲାପାଳ ଏମ ଅଖତାର ହଠାତ୍ ଆସିଥିଲେ ଏଠାକୁ ପରିଦର୍ଶନ ପାଇଁ ଆସିଥିଲେ। ପ୍ରତ୍ୟେକ କୋଠରୀ ଠାରୁ ଆରମ୍ଭ କରି ପାଇଖାନାରେ ବ୍ୟବହାର କରାଯାଇଥିବା ଉପକରଣ, ହାତଧୁଆ ବେସିନ ଆଦି ନିମ୍ନ ମାନର ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାସହିତ କେତେକ ଜିନିଷକୁ ବଦଳାଇବା ପାଇଁ ଖଣି ନିଗମର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଛାତ ଉପରେ ଆଲୋକୀକରଣ ସହିତ ଜଳ ନିଷ୍କାସନ ଯେପରି ହୋଇପାରିବ ତାରା ବ୍ୟବସ୍ଥା କରିବାକୁ କହିଥିଲେ। ଏଥିସହିତ ଡାକ୍ତରଖାନା ସମ୍ମୁଖରେ ଘାସ ଲଗାଇ ଗାଲିଚା କରିବା ପାଇଁ ପରାମର୍ଶ ଦେଇଥିଲେ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଊନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ, ଜିଲା ସ୍ବାସ୍ଥ୍ୟ ଅଧିକାରୀ ଅରୁଣ କୁମାର ପାଢ଼ୀ, ଖଣି ନିଗମର ଆଞ୍ଚଳିକ ପ୍ରବନ୍ଧକ ଲାଠି ପ୍ରଧାନଙ୍କ ସମେତ ନିର୍ମାଣ ବିଭାଗ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଉଳିପଦର ରାସ୍ତାରେ ଆବର୍ଜନାରୁ ଖତ ପ୍ରସ୍ତୁତ କାରଖାନା ସହିତ କୋଡିଙ୍ଗାମାଳି ପାହାଡ଼ ଉପରେ ଖଣି ଖନନ ଓ ଉତ୍ତୋଳନ ଅଞ୍ଚଳକୁ ଯାଇ ଜିଲାପାଳ ବୁଲି ଦେଖିଥିଲେ। ପଟୁ ପାଣି ଯେପରି ଲୋକଙ୍କ ଜମିରେ ନମାଡେ ସେଥିପ୍ରତି ଦୃଷ୍ଟି ଦେବା ସହିତ ଚାରା ରୋପଣ ଉପରେ ଗୁରୁତ୍ବ ଦେବା ପାଇଁ କହିଥିଲେ। ଏଠାରେ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ପ୍ରଧାନଙ୍କ ସମେତ ଖଣି ପରିଚାଳକ ମନୋଜ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପଞ୍ଚଡା ଠାରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଦ୍ବାରା ନବନିର୍ମିତ କୋଠା ଆଦି ଜିଲାପାଳ ପରିଦର୍ଶନ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories