www.samajalive.in
Saturday, December 13, 2025
14.1 C
Bhubaneswar

ଦୋଷ କାହାର, ବୁଝିବ କିଏ? ହଜାର ହଜାର ପରୀକ୍ଷାର୍ଥୀ ମାଟ୍ରିକ୍‍ ପରୀକ୍ଷା ନ ଦେବା ଘଟଣାରେ ନୂଆ ମୋଡ

ଆମର କିଛି ଦୋଷ ନାହିଁ – ବୋର୍ଡ ସଭାପତି
ଦାଦନ ଖଟିବାକୁ ଯାଇଛନ୍ତି ପରୀକ୍ଷାର୍ଥୀ – ବିଦ୍ୟାଳୟ କର୍ତୃପକ୍ଷ
ଫର୍ମ ଫିଲପ କେବେ ହେଲା ଜାଣିନୁ – ଛାତ୍ରଛାତ୍ରୀ

ଡେସ୍କ: କରୋନା ମହାମାରୀ ପରେ ଆଜି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫର୍ମ ପୂରଣ କରି ପରୀକ୍ଷା ଦେଇନଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ। ବିଭିନ୍ନ ଗଣମାଧ୍ୟମରୁ ଫର୍ମ ପୂରଣ କରି ପରୀକ୍ଷା ଦେଇନଥିବା କିଛି ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀରୁ ପାଠପଢ଼ାରେ ଡୋରି ବାନ୍ଧିଥିବା କହିଥିବା ବେଳେ ଅନ୍ୟ କେତେଜଣ କହିଛନ୍ତି ଯେ କେବେ ଫର୍ମ ପୂରଣ ହେଲା ତାହା ସେମାନେ ଜାଣିନାହାନ୍ତି।

ଏହି ଘଟଣା ପଛରେ ଥିବା ସତ୍ୟତା ସାଙ୍ଘାତିକ। ରାଜ୍ୟରେ ଥିବା କିଛି ବିଦ୍ୟାଳୟରେ କେବଳ ମୁଣ୍ଡ ଗଣତି ପାଇଁ ଛାତ୍ରଛାତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ କରାଯାଉଥିବା ସନ୍ଦେହ ପ୍ରକାଶ ପାଇଛି। ପିଲା ଅଭାବରୁ ଯେଭଳି ସ୍କୁଲ ବନ୍ଦ ନ ହେବ ସେଥିପାଇଁ କିଛି ସ୍କୁଲ କର୍ତୃପକ୍ଷ ବର୍ଷ ବର୍ଷ ଧରି ଏହି ନୀତି ଆପଣେଇଛନ୍ତି। ଅନ୍ୟ ପକ୍ଷରେ ଏମିତି ବି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରୁଛନ୍ତି। ଅର୍ଥାତ ସେଭଳି କୌଣସି ପିଲା ନାହାନ୍ତି କେବଳ ନାମ ଗଡୁଛି। ଏହାଛଡା ଅନେକ ଛାତ୍ରଛାତ୍ରୀ ମୁକ୍ତ ବିଦ୍ୟାଳୟ ପାଠ୍ୟକ୍ରମ ଓ ମାଟ୍ରିକ ରେଗୁଲାର ପରୀକ୍ଷାର୍ଥୀ ଭାବେ ଫର୍ମ ପୂରଣ କରିଛନ୍ତି କିନ୍ତୁ ଗୋଟିଏ ପରୀକ୍ଷା ଦେଉଛନ୍ତି। ତେବେ ଏହି ପ୍ରସଙ୍ଗରେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ନ୍ୟାୟରେ ପ୍ରକୃତ ପ୍ରସଙ୍ଗକୁ ଅଣଦେଖା କରିବା ଆଗାମୀ ଦିନରେ ସାଙ୍ଘାତିକ ବିଭ୍ରାଟ ସୃଷ୍ଟି କରିବ ବୋଲି ଶିକ୍ଷାବିତ ଓ ଅଭିଭାବକମାନେ କହିଛନ୍ତି। 

- Advertisement -

ଅନ୍ୟପକ୍ଷରେ ଏଥିପାଇଁ ଅନ୍ୟ ଏକ କାରଣ ଦାୟୀ ବୋଲି କୁହାଯାଇଛି। କରୋନା ମହାମାରୀ ଯୋଗୁ ୨ ବର୍ଷ ହେବ ପରୀକ୍ଷା ନ ଦେଇ ମାଟ୍ରିକ ପାସ କରିବାକୁ ସୁବିଧା ଭାବେ ଗ୍ରହଣ କରି ଚଳିତ ବର୍ଷ ଅଧିକ ପିଲା ଫର୍ମ ପୂରଣ କରିଛନ୍ତି। କିନ୍ତୁ ମାଟ୍ରିକ ପରୀକ୍ଷା ହେବାରୁ ସେହି ପରୀକ୍ଷାର୍ଥୀମାନେ ଅନୁପସ୍ଥିତ ଥିବା କୁହାଯାଇଛି।

କେବଳ ସେତିକିରେ କଥା ସରିନାହିଁ। ଫର୍ମ ପୂରଣ କରିଥିବା କିଛି ଛାତ୍ର ଏବେ ଚେନ୍ନାଇ ଓ ମହାରାଷ୍ଟ୍ର ଭଳି ଅଂଚଳରେ ଦାଦନ ଖଟୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କ ଫର୍ମ ପୂରଣ ହୋଇଥିବା ଜାଣିବାକୁ ପାଇଛନ୍ତି। ତେବେ ଆଜି ଏହି ଘଟଣାରେ ମୁହଁ ଖୋଲିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା। ସେ ଗଣମାଧ୍ୟମକୁ କହିଛନ୍ତି ଯେ ହଜାର ହଜାର ପରୀକ୍ଷାର୍ଥୀ ମାଟ୍ରିକ୍‍ ପରୀକ୍ଷା ନ ଦେବା ଘଟଣାରେ ଆମର କିଛି ଦୋଷ ନାହିଁ। ସେ କହିଛନ୍ତି, କେତେ ସଂଖ୍ୟକ ପିଲା ପରୀକ୍ଷା ଦେଇ ନାହାନ୍ତି ସେ ସୂଚନା ନାହିଁ। ଜିଲ୍ଲା ଶିକ୍ଷା ଅଧିକାରୀ ଆମ ନିୟନ୍ତ୍ରଣରେ ନାହାନ୍ତି। ବୋର୍ଡ ସଭାପତି କହିଛନ୍ତି, ଆମର କିଛି ଦୋଷ ନାହିଁ, ସେକଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୁଝିବ, ପରୀକ୍ଷା ପରିଚାଳନା ଆମ କାମ, ଫର୍ମ ଫିଲପ୍‍ କଲେ ପରୀକ୍ଷା କରେଇବୁ, ଭେରିଫିକେସନ କରିବା ପାଇଁ ଆମ ପାଖରେ କୌଣସି ବ୍ୟବସ୍ଥା ନାହିଁ।

 

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories