www.samajalive.in
Sunday, December 14, 2025
19.1 C
Bhubaneswar

କଣ୍ଟାବାଞ୍ଜି ପୁଲିସ ପକ୍ଷରୁ ନାରାୟଣ ଭୋଜନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁଲିସ ତରଫରୁ ଆଜି ‘ଯାହାର କେହିନାହିଁ, ତା ପାଇଁ ଅଛି ପୁଲିସ’ ବାର୍ତ୍ତା ଦେଇ ଥାନା ସାମ୍ନାରେ ହନୁମାନଜୀ ମନ୍ଦିର ନିକଟରେ ନାରାୟଣ ଭୋଜନର ଆୟୋଜନ କରାଯାଇଥିଲା। ଏହା ସହ ଅସହାୟ ଗରିବଙ୍କ ସହ ସ୍ଥାନୀୟ ଡାକ୍ତରଖାନା, ରୋଗୀ, ଦୂରଦୂରାନ୍ତରୁ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କ ସମ୍ପର୍କୀୟ, ଆଶା ମାଆ ଓ ସିକୁରିଟି ଗାର୍ଡ, ଡାକ୍ତରଖାନା କର୍ମଚାରୀମାନଙ୍କୁ ସୁଷମ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ଏବଂ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ କଣ୍ଟାବାଞ୍ଜି ପୁଲିସ ତରଫରୁ ମଝିରେ ମଝିରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଆଜିର ଏହି ନାରାୟଣ ଭୋଜନ କାର୍ଯ୍ୟକ୍ରମ ଏସଡିପିଓ ଡକ୍ଟର ହୃଷିକେଶ ମେହେରଙ୍କ ତତ୍ୱାବଧାନରେ ଥାନା ଅଧିକାରୀ ସତ୍ୟଜିତ କାନ୍ଦନକେଲ, ସବ ଇନ୍ସପେକ୍ଟର ସୁନ୍ଦ୍ର ବେହେରା, ପ୍ରଦୀପ କୁମାର ଦୁରିଆ, ସୁଶ୍ରୀ ହୀରା ଖାଲକୋ, ସୁଜ୍ଞାନ କୁମାର ବାରିକଙ୍କ ସହ ଥାନା କର୍ମଚାରୀ ହୋମଗାର୍ଡ ପ୍ରମୁଖ ସହଯୋଗ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories