www.samajalive.in
Saturday, December 6, 2025
17.1 C
Bhubaneswar

ଫୁଲବାଣୀ ପଂଚାୟତ ସମିତିର ପ୍ରଥମ ସାଧାରଣ ବୈଠକ

ଫୁଲବାଣୀ :ଫୁଲବାଣୀ ପଂଚାୟତ ସମିତିର ପ୍ରଥମ ସାଧାରଣ ଅଧିବେସନ ଆଜି ସ୍ଥାନୀୟ ସମିତି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଫୁଳବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଅବଗତ ହୋଇ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ ପାଇଁ ଯଥେଷ୍ଟ ଅନୁଦାନ ଯୋଗାଇ ଦେଉଥିବା ବେଳେ ସର୍ବସାଧାରଣଙ୍କ ଉନ୍ନତି ହିଁ ଜନ ପ୍ରତିନିଧି ମାନଙ୍କ ମୂଳ ଲକ୍ଷ୍ୟ ହେବା ଦରକାର ବୋଲି କହିବା ସହ ଏ ଦିଗରେ ସରକାରୀ କର୍ମଚାରୀ ମାନେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପାନୀୟ ଜଳ, ରାସ୍ତାଘାଟ, ପରିମଳ ଭଳି ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ସମିତିର ସଦସ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ଅଂଚଳର ସମସ୍ୟା ଉପସ୍ଥାପିତ କରିଥିଲେ। ବୈଠକକୁ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଶ୍ରୀନିବାସ ମଲିକ, ଏବିଡିଓ ସନ୍ତୋଷ ଦିଗାଲ, ଜିପିଇଓ ,ବିଧାୟକ ପ୍ରତିନିଧି ନୀଳାମ୍ବର କହଁରଙ୍କ ସମେତ ସମସ୍ତ ସରପଂଚ, ସମିତି ସଭ୍ୟ ସଭ୍ୟା ଓ ସରକାରୀ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories