ବଡ଼ସାହି ତହସିଲଦାର ନିଲମ୍ବିତ
ବାରିପଦା : ବଡସାହି ତହସିଲଦାର ମମତାଜ ମହାରଣାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ବଡସାହି ତହସିଲ ଅନ୍ତର୍ଗତ ବାଲି ଶଯ୍ୟା ଗୁଡିକରେ ବିଭିନ୍ନ ଦୁର୍ନୀତିରେ ଜଡିତ ଥିବା ନେଇ ଏନ୍ ଜି ଟି ଛାଟ ବାଜିବା ପରେ ଜିଲା ପ୍ରଶାସନ ପକ୍ଷରୁ ତହସିଲଦାରଙ୍କ ନାମରେ ଥାନାରେ ମାମାଲା ରୁଜୁ କରାଯାଇଥିଲା। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବଡସାହି ତହସିଲଦାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଚିଠି ନଂ-୧୪୫୦୨, ତା୬.୫.୨୨ରିଖ ମୂଳେ ତହସିଲଦାରଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।
Comments are closed.