ଅଶ୍ୱିନୀ-ଅବନୀଙ୍କ କାର୍ଟୁନ ସର୍ବଭାରତୀୟସ୍ତରରେ ପୁରସ୍କୃତ
ବଲାଙ୍ଗିର : ଛତିଶଗଡ (ରାୟପୁର)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍ ପତ୍ରିକା ‘କାର୍ଟୁନ୍ ଓ୍ୱାଚ’ ଓ ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ସର୍ବଭାରତୀୟ କାର୍ଟୁନ୍ ପ୍ରତିଯୋଗିତାରେ ଓଡିଶାର ଲବ୍ଧପ୍ରତିଷ୍ଠ କାର୍ଟୁନିଷ୍ଟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍ ସ୍ୱତନ୍ତ୍ର ପୁରସ୍କାର ଲାଭ କରିଛି। ଚଳିତ ବର୍ଷ ‘ବିଶ୍ୱ କାର୍ଟୁନିଷ୍ଟ ଦିବସ’ ପାଳନ ଅବସରରେ ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍ ଯୁଦ୍ଧ ଉପରେ ଶାନ୍ତି ତଥା ମାନବିକତାର ବିଜୟ ସଂପର୍କରେ ଏକ ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଥିଲା। ଏହି ଅବସରରେ ସଂସ୍କୃତି ବିଭାଗ ସ୍ଥିତ ଆର୍ଟ ଗ୍ୟାଲେରୀରେ ପ୍ରତିଯୋଗିତା ସଂପର୍କିତ ଏକ ବ୍ୟଙ୍ଗଚିତ୍ର ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବରେ କାର୍ଟୁନ କରି ଆସୁଥିବା ଏହି ଦୁଇ ଭାଇ ବ୍ୟଙ୍ଗଚିତ୍ର ଜଗତରେ ବେଶ୍ ପ୍ରତିଷ୍ଠିତ। ପୂର୍ବରୁ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇସାରିଥିବା ଅଶ୍ୱିନୀ-ଅବନୀ ଅନେକବାର ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି।
Comments are closed.