ଜିଲ୍ଲାସ୍ତରୀୟ ଭକ୍ତ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ଫୁଲବାଣୀ: ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୀତ ଗୋବିନ୍ଦର ରଚୟିତା କବି ଜୟଦେବଙ୍କ ଜୟନ୍ତୀ ଗତକାଲି ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଳା ପରିଷଦର ସଭାପତି ଅକ୍ଷୟ କୁମାର କର୍ଣ୍ଣ ଯୋଗଦେଇ ନିଜର ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟରେ ସେ କହିଥିଲେ କବି ଜୟଦେବ ନିଜ ରଚିତ ଗୀତ ଗୋବିନ୍ଦ ପାଇଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ ରଚିତ ଗୀତ ଗୋବିନ୍ଦ ପହଡ଼ ସମୟରେ ଆବୃତ୍ତି କରାଗଲେ ପ୍ରଭୁ ପହଡ଼ ଯାଆନ୍ତି । ମୁଖ୍ୟ ବକ୍ତା ଅନନ୍ତ କୁମାର ମିଶ୍ର କବି ଜୟଦେବ ନୃତ୍ୟ ସଙ୍ଗୀତ, ସାହିତ୍ୟ, ରଚନା କ୍ଷେତ୍ରରେ ନିଜ ବଳିଷ୍ଠ ପ୍ରତିଭା ପ୍ରତିପାଦନ କରିଛନ୍ତି ।

prayash

ତାଙ୍କ ରଚିତ ଗୀତ ଗୋବିନ୍ଦ ସଙ୍ଗୀତମୟ କାବ୍ୟ ହିସାବରେ ସର୍ବତ୍ର ପ୍ରସିଦ୍ଧି ଲାଭ କରିଛି । ଭାବନାର ଅନେକ ସ୍ତର ରହିଛି ଯେମିତି ପ୍ରେମ, ସ୍ନେହଁ, ମାନ, ଅଭିମାନ,ପ୍ରଣୟ, ରାଗ-ଅନୁରାଗ, ଭାବ ଓ ମହାଭାବ ଯାହା ପ୍ରଭୁ ଲୀଳାମୟ ଶ୍ରୀକୃଷ୍ନଙ୍କ ପରେ ପରିଲକ୍ଷିତ ହୋଇଥିଲା । କହିବାକୁ ଗଲେ କବି ଜୟଦେବ ହେଉଛନ୍ତି ଭାବ ଭକ୍ତି ପ୍ରେମର ବାଙ୍କମୟ ସାଧକ । ରବି ନାରାୟଣ ମିଶ୍ର ଅନ୍ୟତମ ବକ୍ତା ଭାବେ ଯୋଗଦେଇ ସଂକ୍ଷିପ୍ତରେ ଅତି ସୁନ୍ଦର ବକ୍ତବ୍ୟ ରଖିଥିଲେ । ଭାରତରେ ସଂସ୍କୃତରେ ରଚିତ ହୋଇଥିବା ଗୀତି କାବ୍ୟମାନଙ୍କ ମଧ୍ୟରେ ଗୀତ ଗୋବିନ୍ଦ ସର୍ବଶ୍ରେଷ୍ଠ କାବ୍ୟ । ଉଭୟ ଶୈଳି ଓ ବିଷୟ ଦୃଷ୍ଟିରୁ ଏହାକୁ ସଂସ୍କୃତ ସାହିତ୍ୟରେ ସର୍ବୋତ୍ତମ ସଂଗୀତ ରଚନା ମଧ୍ୟ କୁହାଯାଇପାରେ । ଓଡ଼ିଶାର ଜୀବନଶୈଳୀର ଏକ ନିଚ୍ଛକ ଓ ଜୀବନ୍ତ ଚିତ୍ର ହେଉଛି ଗୀତ ଗୋବିନ୍ଦ ବୋଲି ସେ ନିଜ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ ।

ପରିଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଫୁଲବାଣୀ ହେ ଯଶସ୍ୱୀ ତୁମର ଅମର ଲେଖନୀ ନିସୃତ ମଧୁସ୍ରାବୀ ଅମର ସଂଗୀତ ଚିରକାଳ ଆମ ସଂସ୍କୃତି ଓ ସାହିତ୍ୟକୁ ରୁଦ୍ଧିମନ୍ତ କରୁଥାଉ ବୋଲି କହି ଉପସ୍ଥିତ ସମସ୍ତ ମଞ୍ଚାଶୀନ ଅତିଥି ଏବଂ ସୁଦ୍ଧିବୃନ୍ଦଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାର ଶ୍ରୀ ଅକ୍ଷୟ କୁମାର ସେଠୀ ସ୍ୱାଗତ ଭାଷଣ ଦେଇ ଆରମ୍ଭ କରିବା ସଙ୍ଗେ ସଙ୍ଗେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ କଳାକାର ମାନେ ସଙ୍ଗୀତ ପରିବେଷଣ କରିଥିଲେ ।

kalyan agarbati

Comments are closed.