ମୋଦୀ-ମାକ୍ରନ ଦ୍ବିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ : ତିନି ଦିନିଆ ୟୁରୋପ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସରେ ପହଞ୍ଚିଥିଲେ। ଡେନମାର୍କ ଗସ୍ତ ଶେଷ କରି ବୁଧବାର ସନ୍ଧ୍ୟାରେ ମୋଦୀ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଦୁଇ ନେତା ପରସ୍ପର ମଧ୍ୟରେ ସିଧାସଳଖ ଆଲୋଚନା କରିଥିଲେ। ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ମୋଦୀ ଏଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି ।
ଶେଷରେ ତିନି ଦିନିଆ ୟୁରୋପ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।
Comments are closed.