୨୮ବର୍ଷ ପରେ ଗାଁକୁ ଗଲେ ଯୋଗୀ
ପୌଡ଼ି : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀର୍ଘ ୨୮ବର୍ଷ ପରେ ନିଜ ଜନ୍ମସ୍ଥାନ ପରିଦର୍ଶନ କରିଛନ୍ତି । ଉତ୍ତରାଖଣ୍ଡର ପୌଡ଼ି ଜିଲା ପାନ୍ଚୁର ଗ୍ରାମର ପୈତୃକ ଘରେ ପହଞ୍ଚି ସେ ମା’ ସାବିତ୍ରୀ ଦେବୀଙ୍କ ଆଶୀର୍ବାଦ ଲାଭ କରିବା ସହ ମା’ଙ୍କୁ ଏକ ଚଦର ଉପହାର ଦେଇଛନ୍ତି। ଘରେ ମଙ୍ଗଳବାର ରାତିରେ ରହିବା ସହ ବୁଧବାର ଭଣଜାର ମୁଣ୍ଡନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ୨୦୨୦ ଏପ୍ରିଲରେ ଆଦିତ୍ୟନାଥଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। କରୋନା ଯୋଗୁଁ ମୁଖ୍ୟମନ୍ତ୍ରୀ ବାପାଙ୍କ ଶେଷଦର୍ଶନ କରିପାରି ନ ଥିଲେ। ଯୋଗୀ ପାନ୍ଚୁର ନିକଟ ଚାମ୍କୋଟଖଲଠାରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ପରେ ଗୋରଖପୁର ଆସିଥିଲେ। ଗାଁେର ଏବେ ତାଙ୍କ ମାଆ ଓ ଭାଇଙ୍କ ସହ ସେମାନଙ୍କ ପରିବାର ବସବାସ କରୁଛନ୍ତି।
Comments are closed.