ନଦୀରେ ବୁଡି ଯୁବକ ମୃତ
ବାଙ୍କୀ: ଅନୁୟାରୀ ପଞ୍ଚାୟତ ଅଧିନ ବୋତଲମା ଗ୍ରାମରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଟଙ୍କଧର ଦଳେଇଙ୍କ ପୁଅ ପ୍ରମୋଦ ଦଳେଇ(୨୦) ଖରାବେଳେ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ଗଭୀର ପାଣିକୁ ଖସିଯାଇ ନଦୀରେ ବୁଡିଯାଇଥିଲେ । ପହଁରା ଜାଣିନଥିବାରୁ ଗଭୀର ଜଳରେ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ବାଙ୍କୀ ଅଗ୍ନିଶମ ବିଭାଗ ମହାନଦୀର କୁରୁମଚଇନି ଗ୍ରାମ ନିକଟ ତାରେଣୀ ମନ୍ଦିର ନଦୀ ତୁଠ ନିକଟବର୍ତ୍ତୀ ନଦୀ ପଠା ପାଣିରୁ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଙ୍କୀ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି । ମହାନଦୀରେ ବୁଡି ଯୁବକର ମୃତ୍ୟୁ ହୋଇଥିବାରୁ ଅଞ୍ଚଳରେ ଶୋକରଛାୟା ଖେଳିଯିବା ସହିତ ଦୁଃଖଦ ପରିବାରଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି ।
Comments are closed.