ଯୁଦ୍ଧରେ ହେବନି କାହାର ବିଜୟ: ମୋଦି
ନୂଆଦିଲ୍ଲୀ: ୟୁରୋପ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ଲିନରେ ଭାରତ ଜର୍ମାନୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷଷ୍ଠ ଦ୍ୱିପାକ୍ଷିକ ବୈଠକ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ଜର୍ମାନୀ ଚାନ୍ସଲର ସ୍କୋଲଜ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ବୈଠକରେ ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ଉପରେ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଚାଲିଥିବା ଏହି ଯୁଦ୍ଧରେ କାହାର ବିଜୟ ହେବନାହିଁ । ବରଂ ଏହା ଦ୍ୱାରା ସମସ୍ତେ ଯୁଦ୍ଧର ପରବର୍ତ୍ତୀ ବିଭୀଷିକା ଭୋଗିବେ ବୋଲି ମୋଦି କହିଛନ୍ତି । ଅନ୍ୟପଟେ ଚାନ୍ସଲର ସ୍କୋଲଜଙ୍କ ରୁଷିଆ ପ୍ରତି ନିନ୍ଦା ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ମୋଦି ସମର୍ଥନ କରିନାହାନ୍ତି । ମାନବକ ଅଧିକାର ଉଲ୍ଲଙ୍ଘନ ନେଇ ସ୍କୋଲଜଙ୍କ ସହ ମୋଦି ସହମତ ପ୍ରକାଶ କରିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯୁଦ୍ଧ ହେତୁ ୟୁକ୍ରେନରେ ସାଧାରଣ ନାଗରିକଙ୍କ ଜୀବନହାନି ହୋଇଛି । ଏହାକୁ ମିଳିତ ଭାବେ ଉଭୟ ଦେଶ ନିନ୍ଦା କରିଛନ୍ତି । ସେପଟେ ଯୁଦ୍ଧ ପାଇଁ ତୈଳ ଦାମ୍ ଆକାଶ ଛୁଆଁ ହୋଇଛି ।
ବିଶ୍ୱରେ ଖାଦ୍ୟାଭାବ ଦେଖାଦେଇଛି । ବୈଠକରେ ବାଣିଜ୍ୟ ଚୁକ୍ତି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁରୋପୀୟ ୟୁନିଅନ୍ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ପ୍ରତିବଦ୍ଧତା କଥାକୁ ଦୋହରାଇ ଛନ୍ତି ମୋଦି । ସବୁ ପ୍ରକଳ୍ପ ପାଇଁ ୨୦୩୦ ସୁଦ୍ଧା ଭାରତକୁ ୧୦ ବିଲିଅନ ୟୁରୋ ଜର୍ମାନୀ ଦେବ ବୋଲି କୁହାଯାଇଛି ।
Comments are closed.