www.samajalive.in
Sunday, December 14, 2025
15.1 C
Bhubaneswar

ଶିଶୁ ଓ ମାତୃ ମଙ୍ଗଳ ୱାର୍ଡରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ପରିଜନ

ସମ୍ବାଲପୁର :  ସମ୍ବଲପୁରର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଶିଶୁ ଓ ମାତୃ ମଙ୍ଗଳ ୱାର୍ଡରେ ସୋମବାର ଅଗ୍ନିକାଣ୍ଡ ଘଟିଛି । ୱାର୍ଡର ପ୍ରଥମ ମହଲାରେ ଥିବା ଡାକ୍ତର ଓ ନର୍ସଙ୍କ କୋଠରୀରେ ଥିବା ଏକ କାନ୍ଥ ପଙ୍ଖାରେ ବିଦ୍ୟୁତ ସଟସାର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ନିଆଁ ହୁଳା ଗୁଡିକ ଦୂରକୁ ଫିଙ୍ଗି ହୋଇ ଯାଇ ସେଠାରେ ଥିବା ଖଟ, ଗଦି ଆଦି ଆସବାପତ୍ରରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଓ ଧୂଆଁ ବ୍ୟାପିବାରୁ ସେଠାରେ ଲାଗିଥିବା ଅଗ୍ନି ସୁରକ୍ଷା ଆର୍ଲାମ ବାଜିଥିଲା। ଖବର ପାଇ ଅଗ୍ନିଶମ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଧୁଆଁରେ କୋଠାଟି ଭର୍ତ୍ତି ହୋଇ ଯାଇଥିବାରୁ ଶିଶୁ, ମାଆ ଓ ପରିଜନଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ଏହି ଦୁର୍ଘଟଣାରେ କୌଣସି ଧନଜୀବନ ହାନି ଘଟି ନ ଥିବା ବେଳେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଛନ୍ତି । ଅପରପକ୍ଷରେ ଏହି କୋଠାରେ ଅଗ୍ନି ନିର୍ବାପକର ବ୍ୟବସ୍ଥା ଥିବା ବେଳେ ସରକାରୀ ନିୟମାବଳୀ ଅନୁଯାୟୀ ବ୍ୟବସ୍ଥା ନ ଥିବାରୁ ଅଗ୍ନିଶମ ବିଭାଗର କ୍ଲିୟରାନ୍ସ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ ବୋଲି ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories