www.samajalive.in
Saturday, December 13, 2025
26.1 C
Bhubaneswar

ୟୁକ୍ରେନ୍‌କୁ ସ୍ପେନ୍‌ ରାଣୀଙ୍କ ଜାହାଜ ଭର୍ତ୍ତି ଗ୍ରେନେଡ୍‌ ଉପହାର

ମାଦ୍ରିଦ୍‌: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନଥିବାବେଳେ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରଙ୍କ ତରଫରୁ ୟୁକ୍ରେନ୍‌କୁ ସାମରିକ ସହାୟତା ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ପେନର ରାଣୀ ଲେଟିସିଆ ୟୁକ୍ରେନ୍‌ଙ୍କୁ ଏକ ଜାହାଜ ଭର୍ତ୍ତି ବିସ୍ଫୋରକ (ଗ୍ରେନେଡ୍‌) ଉପହାର ସ୍ବରୂପ ପଠାଇଛନ୍ତି। ଏଥିସହ ଏକ ପୋଷ୍ଟକାର୍ଡରେ ସ୍ପେନ ରାଣୀଙ୍କ ଏକ ହାତଲେଖା ବାର୍ତ୍ତା ପଠାଯାଇଛି। ରୁଷିଆ ବିପକ୍ଷରେ ୟୁକ୍ରେନ୍‌ ବିଜୟୀ ହେଉ ବୋଲି ରାଣୀ ଏହି ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌କୁ ବିଦେଶୀ ରାଷ୍ଟ୍ର ତରଫରୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବା ଉଦ୍ଦେଶ୍ୟରେ ରୁଷିଆ ସେନା ୟୁକ୍ରେନ୍‌ ରେଳବାଇକୁ ଇନ୍ଧନ ଯୋଗାଉଥିବା ୬ଟି କାରଖାନାକୁ କ୍ଷେପଣାସ୍ତ୍ର ମାଡ଼ କରି ଧ୍ବଂସ କରି ଦେଇଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories