କଟକ: ଚର୍ମ ରୋଗ ବିଭାଗର ପ୍ରଫେସର ଡା. ପ୍ରସେନ୍ଜିତ ମହାନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧ୍ୟକ୍ଷ ଥିବା ପ୍ରଫେସର ଡା. ଦତ୍ତେଶ୍ବର ହୋତା ଅବସର ଗ୍ରହଣ କରିବା ପରେ ଡା. ମହାନ୍ତିଙ୍କୁ ଏହି ପଦରେ ଅଧିଷ୍ଠିତ କରାଯାଇଛି। ଡା. ହୋତାଙ୍କୁ ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ ଯେ ଡା. ମହାନ୍ତି ବଡ଼ଡାକ୍ତରଖାନା ଚର୍ମ ବିଭାଗ (ସ୍କିନ ଆଣ୍ଡ ଭି.ଡି)ର ମୁଖ୍ୟ ଭାବେ କାର୍ଯ୍ୟରତ।
Popular Categories



