www.samajalive.in
Monday, December 15, 2025
16.1 C
Bhubaneswar

ଶୁକ୍ରବାର ରାଶିଫଳ ୨୯.୦୪.୨୦୨୨

ମେଷ: ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ରାଜଯୋଗ ଅଛି। ବିବାଦୀୟ ବିତର୍କରୁ ଓହରିଯାଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। କଥାର ମାଧୁରିମା ପରକୁ ଆପଣାର କରିପାରେ।
ବୃଷ: କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ଚିନ୍ତାମୁକ୍ତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିୟୋଜିତ ହେବେ।
ମିଥୁନ: ଗୁରୁକୃପା ଲାଭ କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ନୃତ୍ୟ, ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ।
କର୍କଟ: ଦିନଟି ସୁଖକର ହେବ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ବିବାଦରେ ବିଜୟୀ ହେବେ।
ସିଂହ: କେତେକ ଘଟଣାରେ ଭୁଲ ବୁଝାମଣା ଘଟିପାରେ। ଅଯଥାରେ ଅପଯଶର ଶିକାର ହୋଇପାରନ୍ତି। ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରନ୍ତି। ସାରାଦିନ ସତର୍କରେ ରହିବାକୁ ପଡ଼ିବ।
କନ୍ୟା: ଦିନଟିରେ ଭ୍ରମଣ ସୁଖଦାୟକ ହେବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ନିର୍ଭୀକ ଓ କୀର୍ତ୍ତିମାନ୍‌ ହେହେ। ଧର୍ମୀୟ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଶାନ୍ତି ଲାଭ କରିବେ।
ତୁଳା: ବନ୍ଧୁ ଓ ପଡ଼ୋଶୀଙ୍କ ସହାୟତା ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଲୋକଙ୍କ ବିରୋଧୀ ହେଲେ ବି ରାଜ ଦରବାରରୁ ସମ୍ପଦ ପ୍ରାପ୍ତ ହେବେ।
ବିଛା: ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ମନୋହର ବକ୍ତବ୍ୟ ଦ୍ବାରା ସମସ୍ତଙ୍କୁ ନିଜ ମତାମତ ଆଡ଼କୁ ଆକର୍ଷିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟାଧ୍ୟାୟୀ ହେବେ। ଲୋକସେବା କରି ସୁନାମ ଅର୍ଜନ କରିବେ।
ଧନୁ: ଶତ୍ରୁ ବିଜୟୀ ହେବେ। କୃଷିକାର୍ଯ୍ୟରୁ ଲାଭବାନ୍‌ ହେବେ। ଯାନ-ବାହନ ସୁଖ ମିଳିପାରେ। ବାସଗୃହ ପରିବେଶ ଉତ୍ତମ ମାନର ହେବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଧର୍ମକୁ ଆଦରି ନେବେ।
ମକର: କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ। ଧନସମ୍ପଦ ଭରପୂର ରହିବ।
କୁମ୍ଭ: କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ବିଭିନ୍ନ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି। ପରର ପୀଡ଼ାକୁ ଅନୁଭବ କରିପାରୁଥିବାରୁ ବୈଷ୍ଣବ ପଦବାଚ୍ୟ ହୋଇପାରନ୍ତି।
ମୀନ: କୁଶଳ ସମାଚାର ପାଇ ମନ ପ୍ରସନ୍ନ ରହିବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories