www.samajalive.in
Friday, December 12, 2025
14.1 C
Bhubaneswar

ମେଧାବୀ ଛାତ୍ରୀଙ୍କୁ ମୋବାଇଲ ଫୋନ୍ ବଣ୍ଟନ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୬ ନମ୍ବର ୱାର୍ଡ଼ ଅନ୍ତର୍ଗତ ଦୌଲତାବାଦସ୍ଥିତ ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀର ଛାତ୍ରୀ ମାନଙ୍କୁ ମୋବାଇଲ ଫୋନ୍ ବଣ୍ଟନ କରାଯାଇଛି । ଭୁବନେଶ୍ୱରସ୍ଥିତ ବିନୟ ମିଶ୍ର ଫାଉଣ୍ଡେସନ୍ ତରଫରୁ ବିଦ୍ୟାଳୟର ମେଧାବୀ ଛାତ୍ରୀ ମାନଙ୍କୁ ଏହି ସ୍ମାର୍ଟ ଫୋନ୍ ପ୍ରଦାନ କରାଯାଇଛି ।ଏହି ଉପଲକ୍ଷେ ବିଦ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଫାଉଣ୍ଡେସନ୍ର ପ୍ରକଳ୍ପ ଅଧିକାରୀ ମିଜୁଲ ଦାସ ଅତିଥି ଭାବେ ଯୋଗଦେଇ ୧୦ମ ଶ୍ରେଣୀରେ ପଢ଼ୁଥିବା ୧୦ଜଣ ମେଧାବୀ ଛାତ୍ରୀଙ୍କୁ ଫୋନ୍ ପ୍ରଦାନ କରିବା ସହିତ ଏହି ଫୋନ୍ ମାଧ୍ୟମରେ ଡିଜିଟାଲ ପାଠପଢ଼ା ଓ ଅନଲାଇନ ଶିକ୍ଷାଦାନ ପିଲାମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ ବିଦ୍ୟାଳୟର ଶିକ୍ଷାଦାନ ସମ୍ପର୍କରେ ସୂଚନା ପ୍ରଦାନ କରି ବିଦ୍ୟାଳୟ ତଥା ଏହାର ଛାତ୍ରୀ ମାନଙ୍କୁ ସହାୟତା ପ୍ରଦାନ ପାଇଁ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories