www.samajalive.in
Sunday, December 14, 2025
16.1 C
Bhubaneswar

ମନରେଗାର ଅସଲି ସତ, ୨ ବର୍ଷ ପରେ ବି ଝାଙ୍କରପାଲି ଶ୍ରମିକଙ୍କୁ ମିଳିଲାନି ପାଉଣା

ବଲାଙ୍ଗିର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ଏହି ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦେବା ସହ ସେମାନଙ୍କୁ ପାଉଣା ଦେବାର ବ୍ୟବସ୍ଥା ରହିଛି। ସିଧାସଳଖ ମଜୁରିଆଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପଡ଼ିବ। ସେମାନେ କାମ ବାବଦ ଟଙ୍କା ପାଇଲେ ପରିବାର ଚଳିବ। ହେଲେ ୨ ବର୍ଷ ପରେ ବି କାମ ବାବଦ ପାଉଣାର ଦେଖା ନାହିଁ। ବ୍ଲକକୁ ଯାଇ ଅଭିଯୋଗ କରିଥିଲେ ବି ଅଧିକାରୀ ଦେଖିବା କହି ସମୟ ଗଡ଼ାଉଛନ୍ତି। ଆଉ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘଟଣା ସଂପର୍କରେ ଜାଣିନି। ଅଭିଯୋଗ ଆସିଲେ ନିଶ୍ଚୟ ପଦକ୍ଷେପ ନିଆଯିବ ଓ ପାଉଣା ମିଳିବ ବୋଲି କହିଛନ୍ତି। ମନରେଗା ଯୋଜନାରେ ଏଭଳି ଛବି ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତର ଝାଙ୍କରପାଲିରୁ ଆସିଛି। ଯେଉଁଠି ଗରିବ ଦିନ ମଜୁରିଆମାନେ କାମ ବାବଦ ପାଉଣା ପାଇବା ପାଇଁ ଦୌଡି ଦୌଡି ନୟାନ୍ତ ହୋଇ ସାରିଲେଣି। ସରକାରୀ ଯୋଜନା ଉପରେ ବିଶ୍ୱାସ ହରାଇ ଦେଲେଣି।

ଭାନପୁର ପଞ୍ଚାୟତର ଝାଙ୍କରପାଲି ଗାଁରେ ଅଧିକାଂଶ ଦିନ ମଜୁରିଆ। ଅନ୍ୟତମ ଦାଦନ ପ୍ରବଣ ବ୍ଲକର ଏହି ଗାଁରୁ ବି ଲୋକେ ବାହାର ରାଜ୍ୟକୁ କାମ କରିବାକୁ ଯାଆନ୍ତି। ତାଲା ବନ୍ଦ ସମୟରେ ସେମାନେ ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ। ମନରେଗା ଯୋଜନାରେ ବିଭିନ୍ନ କାମ କରିଥିଲେ ଲୋକେ। ସୂଚନା ଅନୁସାରେ, ୨୦୨୦ରେ ମନରେଗା ଯୋଜନାରେ ଏହି ଗାଁର ୫୦ରୁ ଉର୍ଦ୍ଧ ଲୋକ ମାଟି କାମ କରିଥିଲେ। ହେଲେ ଆଜି ଯାଏ ସେମାନେ ଟଙ୍କା ପାଇନାହାନ୍ତି। କାହାର ବାପା ଖରାପ ହେଇଗଲେଣି ତ ଆଉ କିଏ ଦାଦନ ଖଟି ଯିବାକୁ ଚାହିଁଲେ ବି ଅଣ୍ଟିରେ ପାଣ୍ଠି ନାହିଁ। ଖପ୍ରାଖୋଲ ବିଡିଓଙ୍କୁ ସାକ୍ଷାତ କରି ସେମାନେ କାମ କରି ପାଉଣା ପାଇ ନଥିବା କଥା କହିଲେ। କିଛି ହେଲା ନାହିଁ। ଦେଖିବୁ କହି ସମୟ ଗଡ଼ାଇ ଚାଲିଛନ୍ତି ଖାଲି ବୋଲି କାମ କରିଥିବା ଲୋକେ ଅଭିଯୋଗ କରୁଛନ୍ତି। ଆଉ ପାଉଣା ନପାଇ କ୍ଷୁବ୍ଧ ଥିବା ଲୋକେ ସିଧାସଳଖ କହୁଛନ୍ତି ଯେ, ସରକାରୀ ଯୋଜନାରେ କାମ କଲେ ଟଙ୍କା ମିଳିବ ବୋଲି ସରକାର କହୁଛନ୍ତି। କିନ୍ତୁ ସେହି ଟଙ୍କା କୁଆଡେ ଯାଉଛି ଜଣା ନାହିଁ। ତେଣୁ ଆମେ ସରକାରୀ ଯୋଜନାରୁ ପାଉଣା ପାଇବାରୁ ବଞ୍ଚିତ ହେଉଥିବାରୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛୁ ବୋଲି ଲୋକେ ମତ ଦେଉଛନ୍ତି।

- Advertisement -

ଏପରିକି ଋଣ ଆଣି, ଗ୍ରୁପ ପଇସା ଉଠାଇ ଆଣି ପରିବାର ଚଳାଉଛୁ। ଗାଁରେ ବିଶେଷ କାମ ମିଳେନି। ମାଟି ବୋହି ଯାଇଥିଲୁ। କିନ୍ତୁ ସରକାର କି ପ୍ରଶାସନ ସେମାନଙ୍କ ପାଉଣା କଥା ଚିନ୍ତା ହିଁ କରୁ ନାହାନ୍ତି। ଗ୍ରାମ ରୋଜଗାର ସାଥୀ ମଧ୍ୟ ସେମାନଙ୍କୁ ଏଡେଇ ଚାଲିଥିବା ଅଭିଯୋଗ କରୁଛନ୍ତି। କାମ କରିଥିବା ଲୋକଙ୍କ କହିବା ଅନୁସାରେ, ଗୁଡାମୁଡା ରାସ୍ତା, ଜଲିଆବାହାଲ ରାସ୍ତା, ସମଲେଇ ମନ୍ଦିରରେ ଟେଙ୍କ କାମ କରିଥିଲୁ। କାହାର ୨୫ ହଜାର ଟଙ୍କା ତ କାହାର ୪୦ହଜାର ପାଉଣା ହେଉଛି। କାମ କରିବାର ୭ ଦିନ ମଧ୍ୟରେ ପାଉଣା ଦେବା କଥା। ମାଟି, ରାସ୍ତା, ନାଲା ପୁନରୁଦ୍ଧାର କାମ କରିଥିଲେ ବି ପାଉଣା ନଦେଲେ କ’ଣ କରିବୁ? ଦାଦନ ଖଟି ନଯାଇ ଗାଁରେ କାମ କରିବୁ ବୋଲି ଚାହୁଁଛୁ। ହେଲେ ସରକାରୀ ବାବୁମାନଙ୍କ ନୀତି ଦେଖି ଖରାପ ଲାଗୁଛି। ପାଉଣା ପାଇବାକୁ ପଞ୍ଚାୟତରୁ ବ୍ଲକ ଯାଏ ଦୌଡି ଦୌଡି ଥକି ଗଲୁଣି ବୋଲି କାମ କରିଥିବା ଲୋକେ କହୁଛନ୍ତି। ଏସଂପର୍କରେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ବି ଏଭଳି କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପାଉଣା ମିଳି ନଥିବା କଥା ମୋ ନଜରକୁ ଆସିନି। ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ ପାଇଲେ ନିଶ୍ଚୟ ପଦକ୍ଷେପ ନେବି। କାମ କରିଥିବା ଶ୍ରମିକଙ୍କ ପାଉଣା କାହିଁକି ଅଟକିଛି ତାହା ଦେଖିବି। ସେମାନେ କେମିତି ପାଉଣା ପାଇବେ ତାହା ନିଶ୍ଚିତ କରାଯିବ ବୋଲି ଜିଲାପାଳ ଶ୍ରୀ ରାଣା କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories