www.samajalive.in
Saturday, December 13, 2025
21.1 C
Bhubaneswar

ମାଟ୍ରିକ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଗୁରୁଡ଼ିଝାଟିଆ: ରାଧାକିଶୋରପୁରସ୍ଥିତ ଜମ୍ବେଶ୍ୱର ବିଦ୍ୟାପୀଠର ମାଟ୍ରିକ ବିଦ୍ୟାର୍ଥୀମାନକୁ ଆଜି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟ ଉତ୍ସବରେ ସ୍ଥାନୀୟ ସରପଞ୍ଚ ବିନୋଦ କୁମାର ମାଝି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କ ସଫଳତା କାମନା କରିବା ସହିତ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଦୃଢମନୋବଳ ରଖି ସଦା ସକାରାତ୍ମକ ଭାବନା ନେଇ ପରୀକ୍ଷାକେନ୍ଦ୍ରକୁ ଯିବା ସହ ଭଲକରି ନିଜ ଗାଁ, ବିଦ୍ୟାଳୟ ଓ ରାଜ୍ୟର ନାମ ରଖିବା ପାଇଁ କହିଥିଲେ। ସମିତିସଭ୍ୟ ବିଧାନଚନ୍ଦ୍ର ସ୍ୱାଇଁ, ପ୍ରବୋଧ କୁମାର ସ୍ୱାଇଁ, ନିଳମଣୀ ନାୟକ, ଗଦାଧର ବେହେରା, ସଞ୍ଜିତ ରାଉଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କ ମାଟ୍ରିିକ ପରୀକ୍ଷାରେ ସଫଳତା କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଓ ପୁରାତନ ବିଦ୍ୟାର୍ଥୀମାନେ ଯୋଗ ଦେଇଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories