ମୋହନା: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଗ୍ରାମର ମୁଖ୍ୟ ବଜାର ପାର୍ଶ୍ୱରେ ଛିଡା ହୋଇଥିବା ଏକ ବାଜାଜ ପଲସର ୨୨୦ ବାଇକରେ ହଠାତ ଅଗ୍ନିକାଣ୍ଡ ଘଟି ତାହା ଜଳି ଯାଇଥିବା ଜଣାପଡିଛିl ମିଳିଥିବା ସୂଚନା ଅନୁଯାୟୀ, ନୂଆଗଡ ଅଞ୍ଚଳର ଜଣେ ବ୍ୟକ୍ତି ଏକ ପଲସର ବାଇକ ଯୋଗେ କୌଣସି କାର୍ଯ୍ୟରେ ଛେଳିଗଡ଼ ଆସିଥିଲେ। ସେ ଛେଳିଗଡ଼ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଗାଡି ରଖି ନିକଟରେ ଥିବା ଏକ ଦୋକାନକୁ ଯିବାବେଳେ ବାଇକଟି ହଠାତ ଜଳିବାରେ ଲାଗିଥିଲା। ବ୍ୟକ୍ତି ଜଣକ ନିଆଁ ଲିଭେଇବା ପାଇଁ ବହୁ ଚେଷ୍ଟା କରିଥିଲେ କିନ୍ତୁ ନିଆଁ ଲିଭିବା ଭିତରେ ବାଇକଟି ଅଧା ପୋଡ଼ିଯାଇଥିଲା। ଦିନକୁ ଦିନ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଲୋକେ ୧୧ଟା ପରେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ଅସହ୍ୟ ଗରମ ଯୋଗୁଁ ଦୋକାନ ବଜାର ମଧ୍ୟ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି।
Popular Categories



