www.samajalive.in
Sunday, December 14, 2025
23.1 C
Bhubaneswar

ଜୀବନ ଜିନ୍ଦାବାଦ୍: ଫୁଲ ବିକି ପରିବାର ଚଳାନ୍ତି ଜମିଦାର

ବଲାଙ୍ଗିର: କେଉଁ ନେତା କି ବଡ଼ ବାବୁ ପାଇଁ ନୁହେଁ। ଜଣେ ସାଧାରଣ ମଣିଷ ପାଇଁ ଆମେ କହୁଛୁ ଜୀବନ ଜିନ୍ଦାବାଦ୍। ଆପଣ ବି ତାଙ୍କ କଥା ଶୁଣି କହିବେ ଜିନ୍ଦାବାଦ…ଜିନ୍ଦାବାଦ…। ନାଁ ଜମିଦାର ମେହେର, ଘର ବଲାଙ୍ଗିର ସହରର ଠିକାଦାରପଡ଼ା। ଘରେ ମାଆ ନୀଳ, ସ୍ତ୍ରୀ ଓ ନବମ ଶ୍ରେଣୀରେ ପଢୁଥିବା ପୁଅ ଓ ପଞ୍ଚମରେ ପଢୁଥିବା ଝିଅକୁ ନେଇ ତାଙ୍କ ସଂସାର। ପୂର୍ବରୁ ଜମିଦାରଙ୍କ ମାଆ ନୀଳଙ୍କ ମାଆ ନରସିଂହ ମନ୍ଦିର ଅଞ୍ଚଳରେ ଫୁଲ ବିକୁଥିଲେ। ମାଆଙ୍କ ମୃତ୍ୟୁ ପରେ ନୀଳ ଓ ତାଙ୍କ ସ୍ୱାମୀ ଫୁଲ ବିକି ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ମାଆ ନୀଳ ନରସିଂହ ମନ୍ଦିର ସହ ସମଲେଇ ମନ୍ଦିରରେ ଫୁଲ ବିକ୍ରି କରି ଆସୁଥିଲେ। କିଛି ବର୍ଷ ତଳେ ଗୋଡ଼ ଭାଙ୍ଗିଯିବାରୁ ସେ ଏବେ ଘରେ ରହିଯାଇଛନ୍ତି। ବିଶେଷ ଚଲାବୁଲା କରିପାରୁ ନାହାନ୍ତି। ତେଣୁ ବାଧ୍ୟ ହୋଇ ପୁଅ ଜମିଦାର ୩ ବର୍ଷ ତଳୁ ଏହି ଫୁଲ ବ୍ୟବସାୟକୁ ଆପଣାଇ ନେଇଛନ୍ତି। ଏଥିରୁ ଯାହା ମିଳେ ସେଥିରେ ତାଙ୍କ ପରିବାର ଦୁଃଖ କଷ୍ଟରେ ଚଳିଯାଏ କହନ୍ତି ଜମିଦାର। ତାଙ୍କ କହିବା ଅନୁସାରେ ୫୫ ବର୍ଷ ପୂର୍ବରୁ ତାଙ୍କ ପରିବାର ଲୋକେ ମନ୍ଦିରମାନଙ୍କରେ ଫୁଲ ବିକ୍ରି କରି ଆସୁଛନ୍ତି। ସେଥିରୁ ମିଳୁଥିବା ଅର୍ଥରେ ହିଁ ଚଳି ଆସିଛି ପରିବାର। ଅନ୍ୟ କୌଣସି ବ୍ୟବସାୟ ସେମାନଙ୍କର ନାହିଁ। ପୂର୍ବରୁ ବେଲପତ୍ର, ଫୁଲ ତୋଳି ଆଣୁଥିଲେ। ତାହାକୁ ବିକ୍ରି କରୁଥିଲେ। ଏବେ ତାହା ହେଇପାରୁ ନାହିଁ। ତେଣୁ ଫୁଲ କିଣି ଆଣି ମନ୍ଦିରରେ ବିକ୍ରି କରୁଛନ୍ତି। କରୋନା ସମୟରେ ମନ୍ଦିର ଦୀର୍ଘ ଦିନ ଧରି ବନ୍ଦ ରହିଲା। ସେମାନଙ୍କ ଫୁଲ ବେପାର ଠପ୍‍ ହୋଇଗଲା। ପରିବାର ଚଳାଇବା ବି କଷ୍ଟକର ହେଇପଡିଥିଲା ଜମିଦାରଙ୍କ ପାଇଁ। ଯାହା ଅଳ୍ପ ବହୁତ ସଞ୍ଚୟ କରିଥିଲେ ସେଥିରେ ଚଳି ଯାଇଥିଲା ପରିବାର। ମନ୍ଦିର ଖୋଲିବା ପରେ ସେମାନେ ଶାନ୍ତିରେ ଟିକେ ନିଃଶ୍ୱାସ ମାରିଛନ୍ତି। ଆଶ୍ୱସ୍ତ ହୋଇଛନ୍ତି ସେ।

ଡହ ଡହ ଖରା ହେଉ କି ବର୍ଷା, ଶୀତ ସବୁ ସମୟରେ ସେମାନେ ମନ୍ଦିରରେ ଫୁଲ ବିକ୍ରି କରିବାକୁ ଆସନ୍ତି। ଖରାରେ ଅସ୍ଥାୟୀ ଛତା, ବର୍ଷାରେ ଅନ୍ୟମାନଙ୍କ ଦୋକାନ ପିଣ୍ଡିରେ ବସି ସେ ଫୁଲ ବିକ୍ରି କରନ୍ତି। ପ୍ରତିଦିନ ସକାଳ ସାଢେ ୬ଟାରୁ ୭ଟା ମଧ୍ୟରେ ସେ ମନ୍ଦିରକୁ ଆସନ୍ତି। ଭକ୍ତମାନେ ମନ୍ଦିରକୁ ଯାଉଥିବା ଯାଏ ସେ ଫୁଲ ବିକ୍ରି କରନ୍ତି। ଫୁଲ ବିକ୍ରିରୁ ବିଶେଷ ରୋଜଗାର ହେଉ ନଥିବାରୁ ସେ ଅସ୍ଥାୟୀ ଭାବେ ସମଲେଇ ମନ୍ଦିର ସମ୍ମୁଖରେ କିଛି ନଡ଼ିଆ, ଦୀପ, ଧୂପ ବି ବିକ୍ରି କରୁଥିବା କହିଛନ୍ତି। ମନ୍ଦିରରେ ମଙ୍ଗଳବାର ଭକ୍ତଙ୍କ ସମାଗମ ବେଶୀ ହେଉଥିବାରୁ ହଜାରେରୁ ୧୨ଶହ ଟଙ୍କା ଯାଏ ସେ ଫୁଲ, ଦୀପ, ଧୂପ, ନଡିଆ ବିକ୍ରି କରନ୍ତି। ନବରାତ୍ର ସମୟରେ ବି ଭଲ ବିକ୍ରି ହୁଏ ତାଙ୍କର। ଅନ୍ୟ ଦିନ ୪ଶହରୁ ୫ ଶହ ଟଙ୍କା ସେ ବିକ୍ରି କରି ଅଳ୍ପ ଲାଭ ପାଆନ୍ତି। କେବଳ ସମଲେଇ ମନ୍ଦିର ନୁହେଁ, ନରସିଂହ ମନ୍ଦିର ଅଞ୍ଚଳରେ ଥିବା ସିଦ୍ଧେଶ୍ବର ଶିବ ମନ୍ଦିର, ସନ୍ତୋଷୀ ମନ୍ଦିର, ହନୁମାନ ମନ୍ଦିରରେ ଶୁକ୍ରବାର, ଶନିବାର, ସୋମବାର ସହ ମାସକୁ ଥରେ ସଂକ୍ରାନ୍ତିରେ ତାଙ୍କର ବେପାର ଜମେ। ଫୁଲ ବେପାର ଜରିଆରେ କଷ୍ଟେ ମଷ୍ଟେ ଚଳିଯାଏ ତାଙ୍କ ଛୋଟିଆ ସଂସାର ବୋଲି କହନ୍ତି ଜମିଦାର।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories