BJD Bijuli 480×75 Mob

ଚଳନ୍ତା ବସରେ ନିଆଁ; ଯାତ୍ରୀ ଭୟଭୀତ

BJD Bijuli 480×75 Mob

ପାତ୍ରପୁର: ଖାରିଆଗୁଡାଠାରୁ ବ୍ରହ୍ମପୁର ଯାଉଥିବା ଶ୍ରୀମନ୍ଦିର ନାମକ ଏକ ଯାତ୍ରୀବାହୀ ବସରେ ନିଆଁ ଦେଖା ଦେଇଛି। ଯାହାକୁ ନେଇ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଗାଡିରୁ ହଠାତ ଧୂଆଁ ବାହାରିବା ଯୋଗୁଁ ଯାତ୍ରୀମାନେ ଭୟରେ ଗାଡ଼ିରୁ ଓହ୍ଲାଇ ପଡିଥିଲେ। ତେବେ ଘଟଣାରେ କାହାର କୌଣସି କ୍ଷତି ହୋଇନଥିଲେ ମଧ୍ୟ କିଛି ସମୟ ପାଇଁ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଇଚ୍ଛାପର ଓ ସୁମାଣ୍ଡି ମଧ୍ୟରେ ହଠାତ ଚଳନ୍ତା ଗାଡ଼ିରୁ ପ୍ରବଳ ଧୂଆଁ ବାହାରିବା ପରେ ଯାତ୍ରୀମାନେ ଭୟରେ ପାଟି କରିଥିଲେ। ଡ୍ରାଇଭର ଗାଡିକୁ ଅଟକାଇବା ପରେ ସମସ୍ତ ଯାତ୍ରୀ ନିଜ ଜିନିଷପତ୍ର ସହ ସୁରକ୍ଷିତ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ପ୍ରବଳ ଗରମ ଯୋଗୁଁ ଗାଡ଼ିର ତାର ଜଳିଯିବା ଯୋଗୁଁ ଏଭଳି ହୋଇଥିବା ଗାଡ଼ି ମାଲିକ ରଞ୍ଜନ ପାତ୍ର ସୂଚନା ଦେଇଛନ୍ତି। ଯାତ୍ରୀ ଓହ୍ଲାଇବା ପରେ ନିଆଁକୁ ଆୟତ୍ତ କରାଯାଇ ଗାଡ଼ିକୁ ମରାମତି ପାଇଁ ଦେଇଥିବା ଜଣାଯାଇଛି।

Comments are closed.