www.samajalive.in
Sunday, December 14, 2025
18.1 C
Bhubaneswar

ଜିଲାସ୍ତରୀୟ ରବି ଧାନ କିଣା କମିଟି ବୈଠକ

ବଲାଙ୍ଗିର: ଡିଆର୍‍ଡିଏ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ରବି ଧାନ କିଣା କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ମେ’ ୧୬ ତାରିଖରୁ ଜିଲାର ଶହେଟି ପେକ୍ସ ଓ ୬ଟି ଏସ୍‍ଏଚ୍‍ଜିରେ ଏହି ଧାନ କିଣା ଆରମ୍ଭ କରାଯିବ ବୋଲି ଜଣାପଡିଛି। ସକାଳ ୭ଟାରୁ ଦିନ ୧୧ଟା ଓ ଦିନ ୪ଟାରୁ ୬ଟା ଯାଏ ଧାନ କିଣା ପ୍ରକ୍ରିୟା ଚାଲିଛି। ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ ଚାଷୀଙ୍କୁ ଟୋକନ ଜାରି କରାଯାଇଛି। ୭ହଜାର ୧୭୨ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିବା ବେଳେ ଗତ ରବିରେ ୪ହଜାର ୫୩ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ଗ୍ରେଡ୍‍ ଏ ଧାନ କ୍ୱିଣ୍ଟାଲ ପ୍ରତି ୧୯୬୦ ଟଙ୍କା ଓ ସାଧାରଣ ଧାନ କ୍ୱିଣ୍ଟାଲ ପ୍ରତି ୧୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପେକ୍ସରେ ଚାଷୀଙ୍କ ସୁବିଧା ପାଇଁ ଆତ୍ୟାବଶ୍ୟକ ବ୍ୟବସ୍ଥା କରିବା, ସିସି ଟିଭିକୁ କାର୍ଯ୍ୟକ୍ଷମ ଓ ସପ୍ତାହର ୬ ଦିନ ଧାନ କିଣା ଯିବାକୁ ସ୍ଥିର ହୋଇଛି। ଧାନ କିଣା ଠିକ୍‍ ଭାବେ ଚାଲିଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଯେଉଁମାନେ ମଣ୍ଡିକୁ ଯାଇ ଧାନ କିଣା ପ୍ରକ୍ରିୟା ଠିକ୍‍ ଭାବେ ଚାଲିଛି କି ନାହିଁ ତାହା ତଦାରଖ କରିବେ।

ସେହିପରି ଚାଷୀ ଓ ମିଲର୍‍ଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆଜି ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ସଭାନେତ୍ରୀ ଦେବକୀ ସାହୁ, ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ବଲାଙ୍ଗିର ଉପ ଜିଲାପାଳ ଲମ୍ବୋଦର ଧରୁଆ, ପାଟଣାଗଡ ଉପ ଜିଲାପାଳ ଡ.ବିଜୟାନନ୍ଦ ସେଠୀ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି ସରୋଜ ରଥ, ଲୋଇସିଂହା ବିଧାୟକଙ୍କ ପ୍ରତିନିଧି ଦେବିଲାଲ ମିଶ୍ର, ଚାଷୀ ନେତା ଜତି ପ୍ରଧାନ, ଶୈଳେନ୍ଦ୍ର ପରିଚ୍ଛା, ସମବାୟ, ଯୋଗାଣ, କୃଷି, ଜଳସେଚନ ବିଭାଗ ସହ ଭାରତୀୟ ଖାଦ୍ୟ ନିଗମ, ଆର୍‍ଏମ୍‍ସିର ସଂପାଦକମାନେ ତଥା ବିଭିନ୍ନ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ରବି ଧାନ କିଣା ପ୍ରକ୍ରିୟା ସଂପର୍କରେ ପ୍ରାଥମିକ ସୂଚନା ଦେଇଥିବା ବେଳେ ଶେଷରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଧନ୍ୟବାଦ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories