www.samajalive.in
Saturday, December 6, 2025
19.1 C
Bhubaneswar

ରାହୁଲ ମିତଲ କମ୍ପାନୀର ୮୪ଲକ୍ଷ ଟଙ୍କା ବାକି; ବକେୟା ପାଉଣା ଦାବୀରେ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣାଧିନ ଧଳପୁର-ଆଠମଲ୍ଲିକ ସେତୁ କାର୍ଯ୍ୟ ମିତଲ କମ୍ପାନୀର ବକେୟା ପାଉଣା ଯୋଗୁଁ ବନ୍ଦ ହେବାଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଗତ ତିନିବର୍ଷ ହେଲା ଛତିଶଗଡ ଅଂଚଳର ରାହୁଲ ମିତଲ କମ୍ପାନୀର କିଛି ମେସିନ, ହାଇୱା ଭଳି ୨୦ରୁ୨୫ଖଣ୍ଡ ଗାଡ଼ି ମହନଦୀ ସେତୁ ନିର୍ମାଣ କାର୍ଯ୍ୟରେ ଭଡାରେ ଲାଗିଛି। ମିତଲ କମ୍ପାନୀ ଭଡ଼ା ବାବଦକୁ ପାଖାପାଖି ୮୪ଲକ୍ଷ ଟଙ୍କା ମହାନଦୀ ସେତୁ ନିର୍ମାଣ କାର୍ଯ୍ୟର ଠିକାସଂସ୍ଥାରୁ ପାଇବାକୁ ବାକିରହିଛି। ମାତ୍ର ମହାନଦୀ ସେତୁ ନିର୍ମାଣକାର୍ଯ୍ୟ ପାଇଥିବା ମୂଳ ଠିକାସଂସ୍ଥା ରଣଜିତ ବିଲ୍‌ଡକନର ପେଟିଠିକାଦାର ଭାବେ କାର୍ଯ୍ୟ କରୁଥିବା ଅଜୟ ପ୍ରୋଟେକ୍ଟ ପ୍ରାଇଭେଟ ଲିଃ ମିତଲ କମ୍ପାନୀକୁ ତାର ବକେୟା ଲକ୍ଷାଧିକ ଟଙ୍କା ଦେବାରେ ସମୟ ପରେ ସମୟ ଗଡାଇ ଚାଲିଛି। ଯାହାଦ୍ୱାରା ମିତଲ କମ୍ପାନୀ ବକେୟା ପଇସା ପାଇଁ ଗତ ରବିବାର ରାତିରୁ ନିର୍ମାଣାଧିନ ସେତୁ ଉପରେ ମୋରମ୍‍ ଢାଳି ଏହାର ନିର୍ମାଣକାର୍ଯ୍ୟ ବନ୍ଦ ରଖିଛି। ଫଳରେ ଗତକାଲି ରାତିରୁ ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇପଡିଥିବା ଜଣାପଡିଛି। ଯାହାଦ୍ୱାରା ଚଳିତମାସ ଶେଷ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷହେବା ନେଇ ସନ୍ଦେହ ଉପୁଜିଛି। ସେତୁ ନିର୍ମାଣ କାର୍ଯ୍ୟ ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ପଦ୍ମ ଭଳି ଘୁଞ୍ଚି ଘୁଞ୍ଚି ଯାଉଥିବାବେଳେ ତାକୁ ସମୟ ମିଆଦି ବୃଦ୍ଧି କରାଯାଇ ଆହୁରି ସୁଯୋଗ ଦେବା ପଛରେ କାହାର ହାତ ରହିଛି ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ଉଠୁଛି। ଏ ସର୍ମ୍ପକରେ ମିତଲ କମ୍ପାନୀର ଭାଇ ରଜତ ମିତଲ ଠିକାସଂସ୍ଥା ଉପରେ ୮୪ଲକ୍ଷ ଟଙ୍କା ବାକି ରହିଛି। ପଇସା ପାଇଁ ୬ଦିନ ହେଲା କମ୍ପାନୀରେ ଆସି ବସିଥିଲେ ବି ଠିକାସଂସ୍ଥା ଟଙ୍କା ଦେଉନାହିଁ। ଯାହା ଫଳରେ ବକେୟା ପଇସା ପାଇଁ ରବିବାର ରାତିରୁ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି ବୋଲି କହିଛନ୍ତି।

- Advertisement -

ସୂଚନା ଥାଉ କି, ଗତ ୨୦୧୯ରୁ ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣାଧିନ ଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ସରିବାରେ ନାଁ ଧରୁନି। ସମୟ ମିଆଦି ଗଡି ଚାଲିଥିବାବେଳେ ଏହାର ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି। ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆ ନଗଲେ ସେତୁ କାର୍ଯ୍ୟରେ ଆହୁରି ବିଳମ୍ବ ଘଟିବା ଆଶଙ୍କା ପ୍ରକାଶ ପାଇଛି।

 

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories