www.samajalive.in
Saturday, December 6, 2025
23.1 C
Bhubaneswar

ଗଣପର୍ବ ରାମଲୀଳା ଅବସରରେ ପଲ୍ଳୀଶ୍ରୀ ଓ ପୁସ୍ତକ ମେଳାର ଦ୍ୱିତୀୟ ଦିବସ

ବୌଦ୍ଧ: ଗଡ଼ଜାତ ବୌଦ୍ଧର ଗଣପର୍ବ ରାମଲୀଳା ଉତ୍ସବ ଅବସରରେ ଆୟୋଜିତ ପଲ୍ଳିଶୀ ଓ ପୁସ୍ତକ ମେଳା ରବିବାର ଦିନ ଥିଲା ଦିତୀୟ ଦିବସ। ରାମଲୀଳା ଯାତ୍ରାକୁ ସରସ ଓ ସୁନ୍ଦର କରିବା ପାଇଁ ଆୟୋଜିତ ହେଉଛି ଏହି ପଲ୍ଳଶ୍ରୀ ମେଳା ଓ ପୁସ୍ତକ ମେଳା। ଏହି ରାମଲୀଳା ଯାତ୍ରା ଅବସରରେ ପୁରା ବୌଦ୍ଧ ସହର ହୋଇପଡ଼ିଛି ଉତ୍ସବମୁଖର। ପଲ୍ଳିଶ୍ରୀ ଓ ପୁସ୍ତକ ମେଳାର ଦ୍ୱିତୀୟ ଦିବସରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡ଼଼ିଶାର ଲୋକକବି ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇଥିଲେ।

ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ଅଧକ୍ଷ୍ୟା ପ୍ରଭାସିନୀ ଦାସ, ହରଭଙ୍ଗା ବ୍ଲକ ଅଧକ୍ଷ୍ୟା ସ୍ନେହଲତା ପ୍ରଧାନ, କଣ୍ଟାମାଳ ବ୍ଲକ ଅଧକ୍ଷ୍ୟା ସସ୍ମିତା ସେନାପତି ଓ ବୌଦ୍ଧ ବ୍ଲକ ଅଧକ୍ଷ୍ୟ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବୌଦ୍ଧ ବିଡିଓ ଦେବୀ ପ୍ରଶାଦ ଦାଶ ଓ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ ଯୋଗଦେଇଥିଲେ। ମୁଖ୍ୟଅତିଥି ପଦ୍ମଶ୍ରୀ ନାଗ ଭାରତୀୟ ସଂସ୍କୃତି ମହାନ ବୋଲି କହିବା ସହ ଜାତି ଭିନ୍ନ ଭିନ୍ନ ହେଲେ ମଧ୍ୟ ମନୁଷ୍ୟ ଗୋଟିଏ ସେହିପରି ଭାଷା ଭିନ୍ନ ଭିନ୍ନ ହେଲେ ମଧ୍ୟ ସାହିତ୍ୟ ଗୋଟିଏ ବୋଲି ମତବ୍ୟକ୍ତ କରିଥିଲେ। ରାମଲୀଳା ହେଉଛି ଆମର ପୂରାତନ ସଂସ୍କୃତି। ଭାରତ ମାଟିରେ ହିଁ ଭଗବାନ ଜନ୍ମ ନେଇଛନ୍ତି। ଭାରତମାଟି ହେଉଛି ପୁଣ୍ୟମାଟି। ଯେଉଁ ଭାଷା ସମାଜକୁ ଦିଗଦର୍ଶନ ଦେଇପାରିଛି ସେ ଭାଷା ହେଉଛି କାଳଜୟୀ ଭାଷା।

- Advertisement -

ଜିଲାପାଳ ଶ୍ରୀମିଶ୍ର ନିଜର ସଭାପତି ଭାଷଣ ପ୍ରଦାନ କରି ଏହି ଶ୍ରୀରାମଲୀଳା ଯାତ୍ରା ଯେପରି ଆଗକୁ ସବୁସ୍ତରରେ ପହଞ୍ଚି ପାରିବ ସେ ନେଇ ସମସ୍ତଙ୍କ ପ୍ରୟାସ ଜାରି ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ଦ୍ୱିତୀୟ ଦିବସର ସାଂସ୍କୃତିକ ସଂଧ୍ୟାରେ ପ୍ରଣାମ ଅନୁଷ୍ଠାନ ବୌଦ୍ଧ ପକ୍ଷରୁ ମଙ୍ଗଳା ଚରଣ ଶାନ୍ତାକାରମ ଭୁଜଗ ଶୟନମ ଓ ନବରଙ୍ଗପୁର ଜିଲାର ଆଦିବାସୀ ନୃତ୍ୟ ସହିତ ହାସ୍ୟ ବ୍ୟଙ୍ଗ କବି ସମ୍ମିଳନୀ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ଏଥିରେ ରାଜ୍ୟର ବଛା ବଛା ବ୍ୟଙ୍ଗ କବିଙ୍କ ବ୍ୟଙ୍ଗରେ ଦର୍ଶକ ହସି ହସି ବେଦମ ହୋଇପଡ଼ିଥିଲେ। ଏହି ପଲ୍ଳିଶ୍ରୀ ଓ ପୁସ୍ତକ ମେଳା ପାଇଁ ୧୫୭ ଗୋଟି ଷ୍ଟଲ ଖୋଲା ହୋଇଛି। ଦର୍ଶକ ମାନେ ବିଭିନ୍ନ ସମାଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ନେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ପ୍ରମୋଦ କୁମାର ପ୍ରଧାନ ଓ ଧନ୍ୟବାଦ ପ୍ରଦାନ କରିଥିଲେ ବସନ୍ତ ସାହୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories