www.samajalive.in
Saturday, December 6, 2025
26.1 C
Bhubaneswar

ଅଟୋ- ମୋଟରସାଇକେଲ ଦୁର୍ଘଟଣା ; ତିନି ଆହତ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କଟରାକଣା ଠାରେ ଏକ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ମୋଟର ସାଇକେଲ ସହିତ ଏକ ଅଟୋର ମୁହାଁ ମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବା ସହିତ ଜଣେ ଆହତ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ଏକ ମୋଟର ସାଇକେଲ ଯୋଗେ ତଳକାପଦର ଗ୍ରାମର ବସ୍ତ୍ର ହହିକକା, ତାଙ୍କ ପତ୍ନୀ କମଲେଶ୍ୱରୀ ଓ ୫ବର୍ଷର ଝିିଅ ଚନ୍ତିନା ବୁର୍ଜା ଗ୍ରାମରେ ଥିବା ବନ୍ଧୁ ଘରକୁ ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ବିପରିତ ଦିଗରୁ ଏକ ଅଟୋ ବନ୍ଦିକାର ଗ୍ରାମକୁ ଯାଉଥିବା ବେଳେ କଟରକଣା ପୋଲ ନିକଟରେ ମୁଁହ ମୁହିଁ ଧକ୍କା ହୋବା ସହିତ ଅଟୋଟି ଓଲଟି ପଡ଼ିଥିଲା। ସଙ୍ଗେସଙ୍ଗେ ସମସ୍ତଙ୍କୁ ସେଠାରୁ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଅନୁଭବ କରି ସମସ୍ତଙ୍କୁ କୋରାପୁଟ ଲକ୍ଷ୍ମଣ ନାୟକ ମେଡ଼ିକାଲ କଳେଜକୁ ସ୍ଥାନାନ୍ତରିତ କରାଯାଇଛି। ଅଟୋରେ ବସିଥିବା ରୁଶି ମିଣିଆକା ନାମକ ଜଣେ ଯୁବକ ମଧ୍ୟ ସମାନ୍ୟ ଅହତ ହୋଇଛନ୍ତି। ଖବରପାଇ ଲକ୍ଷ୍ମୀପୁର ପୁଲିସ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହତଙ୍କୁ ଭେଟିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories