www.samajalive.in
Sunday, December 14, 2025
19.1 C
Bhubaneswar

ସ୍ୱାଭିମାନ ଅଞ୍ଚଳରେ ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ସ୍ୱାଭିମାନ ଅଂଚଳରେ ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର । ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସଂଘ ମାଲକାନଗିରି ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ରାଳେଗେଦ, ସାରୁକୁବନ୍ଦ, ପାପରମେଟାଲ ଆଦି ଅଂଚଳରେ ତେଲୁଗୁ ଓ ଓଡ଼ିଆ ଭାଷାରେ ଏହି ପୋଷ୍ଟେର ଗୁଡିକ ଦେଖିବାକୁ ମିଳିଛି । ଏଥିରେ ମାଓବାଦୀ ଅଶୋକ, ପ୍ରଭକର, ଶ୍ରୀକାନ୍ତ ଅତି କ୍ରୁରତା ସହ ଆଦିବାସୀ ଲକ୍ଷ୍ମଣ ରାଓ ଓ ତାଙ୍କ ଭାଇ ସଂଜୀବ ରାଓଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।

ସର୍ବସାଧାରଣ ସ୍ଥାନରେ ରାସ୍ତାଘାଟ ପୋଲ ଆଦି ସ୍ଥାନରେ ଭୂତଳ ବୋମା ଖଞ୍ଜି ଆଦିବାସୀ ମାନଙ୍କୁ ହତ୍ୟା କରିଛନ୍ତି । ଗତ କିଛି ଦିନ ପୂର୍ବେ ଅଜୟ କୁମାର ଓ ବିଜୟ ରାଓ ଗାଈ ଚୋରାଇବାକୁ ଯାଇ ବୋମା ବିସ୍ପୋରଣରେ ଦୁହିଁଙ୍କ ମୃତ୍ୟ ଘଟିଥିଲା ।  ଦୁଇଟି ପରିବାରର ରାଜଗାରିଆ ପୁରୁଷଙ୍କୁ ହରାଇ ସେହି ପରିବାର ବେସାହାରା ହୋଇଛି । ଵର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସ୍ୱାଭିମାନ ଅଂଚଳର ବିକାଶ କାର୍ଯ୍ୟ ରାସ୍ତାଘଟ ବିଜୁଳି ପାନୀୟଜଳ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ମାଓବାଦୀ ମାନେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଫଳରେ ଏହି ଅଞ୍ଚଳବାସୀ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ମାଓବାଦୀଙ୍କୁ ଅଂଚଳ ଛାଡି ଚାଲିଯିବାକୁ ଏହି ପୋଷ୍ଟରେ ଉଲେଖ ରହିଛି । ଆଦିବାସୀଙ୍କ ବିକାଶ ନାମରେ ଜନଜାତିଙ୍କ ବିନାଶ କରୁଛି ଲାଲ ବାହିନୀ ।

- Advertisement -

ଏହା ସହ ପରିବାର ମାଓବାଦୀ ଆତଙ୍କରେ ଭିଟାମାଟି ଛାଡି ଦ୍ରୁବିସହ ଜୀବନ ଯାପନ କରୁଛନ୍ତି । ନିଜର ସ୍ୱାର୍ଥରେ ବାଧା ଉପିଜିଲେ ମିଲିସିୟା ଭାବେ ତାଙ୍କ ପାଇଁ କାମ କରୁଥିବା ଲୋକଙ୍କୁ ମଧ୍ୟ ହତ୍ୟା କରୁଛନ୍ତି । ତେଣୁ ମାଓବାଦୀଙ୍କ ସପକ୍ଷବାଦୀଙ୍କୁ ସଂଘ ପକ୍ଷରୁ ଲାଲବାହିନୀ ଛାଡି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଆଗାମୀ ଦିନରେ ମାଓବାଦୀ ମାନେ ଯେଭଳି ସେମାନଙ୍କ ଗ୍ରାମକୁ ନଆସନ୍ତି ଏବଂ ସେମାନଙ୍କୁ ଖାଇବା ପିଇବା ନଦେବା ପାଇଁ ବିଚ୍ଛିନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଏହି ପୋଷ୍ଟେର ଗୁଡିକରେ ଉଲେଖ ରହିଛି ।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories