ବୌଦ୍ଧ: ଚାରିଛକ ଭଳି ଏକ ଗୁରୁତ୍ୱପୂର୍ଣ ସ୍ଥାନରେ ସର୍ବ ସଧାରଣ ତଥା ପଥଚାରୀଙ୍କ ପାଈଁ ପିଇବା ପାଣିର ବ୍ୟବସ୍ଥା ନଥିଵାରୁ ସ୍ଥାନୀୟ ବଜାର କମିଟିର ଅନୁରୋଧ କ୍ରମେ ବୋୖଦ୍ଧ ସ୍ଥିତ ସତ୍ୟସାଇ ସେଵା ସଙ୍ଗଠନ ଦ୍ୱାରା ୫୦୦ ଲିଟର କ୍ଷମତା ବିଶିଷ୍ଟ ‘ଶ୍ରୀ ସତ୍ୟସାଇ ନିର୍ମଳ ଝର‘ ନାମକ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଶୁଭାରମ୍ଭ ହୋଇ ଯାଇଛି। ସଙ୍ଗଠନର ଜିଲ୍ଲା ସଭାପତି ଡା ପ୍ରିୟଵ୍ରତ ବେହେରାଙ୍କ ପୋୖରହିତ୍ୟରେ ଆୟୋଜିତ କାର୍ୟ୍ୟକ୍ରମରେ ଏକ ଦିବ୍ୟ ଵାତାବରଣ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମନ୍ତ ମେହେର ଫିତା କାଟି ପ୍ରକଳ୍ପର ଶୁଭା ଉଦ୍ଘାଟନ କରିଥିଲେ। ଜିଲ୍ଲା ସଭାପତି ଡା ପ୍ରିୟଵ୍ରତ ବେହେରା ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ଵ ସ୍ଥାନୀୟ ବଜାର କମିଟିକୁ ହସ୍ତାନ୍ତର ପୂର୍ବକ ସର୍ବ ସଧାରଣ ବ୍ୟବହାର ନିମିତ୍ତ ଲୋକାର୍ପିତ କରିଥିଲେ।
ଆୟୋଜିତ କାର୍ୟ୍ୟକ୍ରମରେ ବଜାର କମିଟି ସଭାପତି ଦିଲ୍ଲୀପ କୁମାର ସାହୁ, ସମ୍ପାଦକ ଅଜିତ କୁମାର ନାୟକ, କେଦାରେଶ୍ବର ମଂଦିର କମିଟି ସଭାପତି ରମେଶ ଚନ୍ଦ୍ର ଜେନା, ସନ୍ତୋଷ ପାତ୍ର, ସିକନ ନାୟକ, ଶାସ୍ତ୍ରୀ ପାତ୍ରଙ୍କ ସମେତ ସତ୍ୟସାଇ ସଙ୍ଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ କାଳରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରିଥିବାରୁ ସତ୍ୟସାଇ ସଙ୍ଗଠନର ଏହି ମହତ ପ୍ରୟାସକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।



