ବୌଦ୍ଧ: ବୌଦ୍ଧ ଜିଲ୍ଲା ସ୍ତରୀୟ ୫ଟି ହାଇସ୍କୁଲ ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଡିଜିଟାଲ ଜ୍ଞାନ କୌଶଳ ଅଭିବୃଦ୍ଧି ତାଲିମ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ ପରିସରରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ସଭାପତିତ୍ୱ କରିଥିବା ବେଳେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଅତିଥି ପରିଚୟ ରଖିଥିଲେ। ପିରାମିଲ ଫାଉଣ୍ଡେସନର ଜୟଶଙ୍କର ବାଘ, ଆମ୍ବଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା, ଜିଲ୍ଲା ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରି, ଜିଲ୍ଲା ଶୈକ୍ଷିକ ସଂଯୋଜକ ଶିବଶଙ୍କର ଶତପଥୀ, ଏମଆଇଏସ ସଂଯୋଜକ ସୂର୍ୟ୍ୟନାରାୟଣ ପଟ୍ଟନାୟକ ଓ ଡାଟା ଏଣ୍ଟ୍ରି ଅପରେଟର ଶଙ୍କର ମେହର ଉପସ୍ଥିତ ରହି ବିଭିନ୍ନ ଡିଜିଟାଲ କୌଶଳ ଉପରେ ଆଲୋଚନା କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ୨୭ ତାରିଖ ଯାଏ ଚାଲିଵ।
Popular Categories


