ପାଟଣା: ପରିବହନ କମିଶନରଙ୍କ ନିର୍ଦ୍ଦେଶ ମତେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ବସ ଗୁଡ଼ିକର ଯାଞ୍ଚ ହେଉଛି। ଶୁକ୍ରବାର କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପାଟଣା ମୁଖ୍ୟାଳୟରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଏକ ଘରୋଇ ବିଦ୍ୟାଳୟର ୩ଟି ବସରୁ ମୋଟ ୭୬ ହଜାର ୫୬୩ ଟଙ୍କାର ଚାଲାଣ କଟାଯାଇଛି। ପରିବହନ ବିଭାଗ ବସ୍ର ଟ୍ୟାକ୍ସ ସହ ଫିଟନେସ୍ ଓ ପରମିଟ୍, ପଲ୍ୟୁସନ୍ ଏବଂ ବସ୍ ଚାଳକମାନଙ୍କର ଲାଇସେନ୍ସ ନଥିବାରୁ ଜୋରିମାନା କରାଯାଇଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ସୂଚନା ମିଳିଛି। କେନ୍ଦୁଝର ଟ୍ରାଫିକ ଇନିସ୍ପେକ୍ଟର ସୁକୁରାମ ସୋରେନ, ସହକାରୀ ଟିଏସଆଇ ଅକ୍ଷୟ କୁଅଁରଙ୍କ ନେତୃତ୍ୱରେ ବସଗୁଡିକର କାଗଜ ପତ୍ର ଯାଞ୍ଚ କରାଯାଇ ଚାଲାଣ କଟାଯାଇଛି।
Popular Categories



